ରିପୋର୍ଟର୍ସ ବ୍ୟୁରୋ ; କଲେଜରୁ କ୍ରୀଡା ପ୍ରତିଭା ଖୋଜିବେ ସରକାର । ଯୁକ୍ତ ଦୁଇ କଲେଜରେ କ୍ରୀଡା ପ୍ରତିଯୋଗିତା କରିବେ ରାଜ୍ୟସରକାର । ରାଜ୍ୟର ସମସ୍ତ ଯୁକ୍ତି ଦୁଇ କଲେଜରେ ହେବ କ୍ରୀଡା ପ୍ରତିଯୋଗିତା ।ଏନେଇ ସମସ୍ତ ଶିକ୍ଷାନୁଷ୍ଠାନର ଅଧକ୍ଷ୍ୟ ମାନଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚିଠି ।୧୯ ବର୍ଷରୁ କମ ଛାତ୍ର ଛାତ୍ରୀଙ୍କୁ ନେଇ ଆୟୋଜନ ହେବ ବିଭିନ୍ନ କ୍ରୀଡା ପ୍ରତିଯୋଗିତା । କବାଡି, ଖୋଖୋ, ଫୁଟବଲ ହକି ଭଳି ୩୫ ଟି ପ୍ରତିଯୋଗିତା କାର୍ୟ୍ୟକ୍ରମ ଆୟୋଜନ ପାଇଁ ଚିଠି ମାଧ୍ୟମ ରେ ନିର୍ଦେଶ । ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ୩ ମାସ ଧରି ଚାଲିବ କ୍ରୀଡା ପ୍ରତିଯୋଗିତା ।