‘ମୁସଲିମ ଲିଗ ଜମ୍ମୁ-କାଶ୍ମୀର’କୁ ବ୍ୟାନ କଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ମୁସଲିମ ଲିଗ୍ ଜମ୍ମୁକାଶ୍ମୀର (ମସରତ ଆଲମ୍ଗ୍ରୁପ୍)କୁ ବ୍ୟାନ୍କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ଶାହ ଟ୍ଵିଟ୍କରି କହିଛନ୍ତି କି, ଦେଶ ବିରୋଧୀ କାର୍ଯ୍ୟକଳାପ ଯୋଗୁ ଏହି ସଙ୍ଗଠନ ଉପରେ UAPA ଅଧୀନରେ ପ୍ରତିବନ୍ଧକ ଲଗାଯାଇଛି। କେନ୍ଦ୍ର ଏହି ସଙ୍ଗଠନ ଉପରେ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି।

ମସରତ ଆଲମ୍ଭଟ ମୁସଲିମ ଲିଗ୍ ମସରତ ଆଲମ୍ଗ୍ରୁପ୍ ନେତୃତ୍ୱ ନେଇଛନ୍ତି। ଏହି ସଙ୍ଗଠନ ନିଜର ଦେଶ ବିରୋଧୀ ତଥା ପାକିସ୍ତାନ ସମର୍ଥିତ ପ୍ରଚାର ପାଇଁ ଜଣାଯାଇଥାଏ। ଏହା ଜମ୍ମୁକାଶ୍ମୀରକୁ ଭାରତଠାରୁ ସ୍ୱତନ୍ତ୍ର କରିବାକୁ ଚାହୁଁଛି, ଯାହାଫଳରେ ଜମ୍ମୁକାଶ୍ମୀର ପାକିସ୍ତାନ ସହିତ ମିଶିପାରିବ ଏବଂ ଜମ୍ମୁକାଶ୍ମୀରରେ ଇସଲାମିକ ଶାସନ ପ୍ରତିଷ୍ଠା ହୋଇପାରିବ।

ସଙ୍ଗଠନର ସଦସ୍ୟମାନେ ଜମ୍ମୁ କାଶ୍ମୀରରେ ବିଚ୍ଛିନ୍ନତା ସମ୍ବନ୍ଧୀୟ କାର୍ଯ୍ୟକଳାପରେ ସାମିଲ ଅଛନ୍ତି। ଏହାର ନେତା ଏବଂ ସଦସ୍ୟମାନେ ଆତଙ୍କବାଦୀଙ୍କୁ ସମର୍ଥନ କରି ସୁରକ୍ଷା ବାହିନୀ ଉପରେ ଲଗାତାର ପଥର ମାଡ଼ କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛନ୍ତି।

ସୂଚନାଥାଉ କି, Under the Unlawful Activities Prevention Act (UAPA) ଅଧୀନରେ କେନ୍ଦ୍ର ସରକାର କୌଣସି ସଙ୍ଗଠନକୁବେଆଇନକିମ୍ବାଆତଙ୍କବାଦୀସଙ୍ଗଠନ ଘୋଷଣା କରିପାରନ୍ତି, ଯାହାକୁ ସାଧାରଣ ଭାଷାରେପ୍ରତିବନ୍ଧକକୁହାଯାଏ। ଗୃହ ମନ୍ତ୍ରଣାଳୟ ମୁତାବକ, ବର୍ତ୍ତମାନ ସମୟରେ ଦେଶରେ ୪୨ଟି ସଙ୍ଗଠନକୁ ଆତଙ୍କୀ ସଙ୍ଗଠନ ଘୋଷଣା କରାଯାଇଛି। ଅର୍ଥାତ୍ସେଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିରେ କିଛି ଖଲିସ୍ତାନୀ ସଙ୍ଗଠନ, ଲସ୍କରତୋଏବା, ଜୈଶ୍‌-ମହମ୍ମଦ, ଲିଟ୍ଟେ ଏବଂ ଅଲ୍କାଏଦା ଭଳି ସଙ୍ଗଠନ ସାମିଲ ରହିଛି।