ଗୋପାଳପୁର ଗଣଦୁଷ୍କର୍ମ ମାମଲା

ଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ମାମଲା । ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ମାମଲାରେ, ଅଭିଯୁକ୍ତ ଓମ୍ ପ୍ରଧାନର ଜାମିନ ଆବେଦନକୁ ଏଡିଜେ -୨ କୋର୍ଟ ଖାରଜ କରିଛନ୍ତି I ଅଭଯୁକ୍ତ ଓମ୍‌ର ଓକିଲ କୋର୍ଟରେ ତାଙ୍କ ଜାମିନ ଆବେଦନ କରିଥିଲେ | ହେଲେ ଏହାକୁ ସରକାରୀ ଓକିଲ ବିରୋଧ କରିଥିଲେ I  ଶେଷରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଜଜ୍ ଜାମିନକୁ ଖାରଜ କରିଛନ୍ତି | ଗଣ ଦୁଷ୍କର୍ମ ମାମଲାରେ ସଂପୃକ୍ତ ଥିବା ୧୦ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥ୍‌ଲା | ହେଲେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଭାର ନେବା ପରେ କୋର୍ଟରେ ଚାର୍ଜସିଟ ଦାଖଲ ବେଳେ ଓମ୍ ନାମରେ ଚାର୍ଜସିଟ ଦାଖଲ କରିନଥିଲା I