ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା | କୋର୍ଟରେ ହାଜର ଗୋପାଳ ଦାସ

ଝାରସୁଗୁଡ଼ା : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା | କୋର୍ଟରେ ହାଜର ଗୋପାଳ ଦାସ | ଝାରସୁଗୁଡ଼ା JMFCରେ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ | ଗୋପାଳ ଦାସକୁ ଚୌଦ୍ୱାର ଜେଲରୁ ଆଣି ହାଜର କରାଗଲା | କଡା ସୁରକ୍ଷା ବଳୟ ଭିତରେ ହାଜର ଗୋପାଳ ଦାସ | ହଜରର କିଛି ସମୟ ଭିତରେ କୋର୍ଟରୁ ବାହାରିଲା ଗୋପାଳ |

କହିରଖୁ କି, ଜାନୁଆରୀ ୨୯ରେ ବ୍ରଜରାଜନଗରରେ ନବ ଦାସଙ୍କୁ ଗୁଳି ମାଡ଼ କରିଥିଲା ପୁଲିସ ଏଏସଆଇ ଗୋପାଳ ଦାସ । ଘଟଣାସ୍ଥଳରେ ହିଁ ଅଭିଯୁକ୍ତକୁ କାବୁ କରିଥିଲା ପୁଲିସ । ସେହିଦିନ ହିଁ ତଦନ୍ତ ଭାର ହାତକୁ ନେଇଥିଲା କ୍ରାଇମବ୍ରାଞ୍ଚ । ଗୁଜରାଟରେ ପଲିଗ୍ରାଫ ଟେଷ୍ଟ ଓ ନାର୍କୋ ଟେଷ୍ଟ କରାଯିବା ସହ ଅଭିଯୁକ୍ତକୁ ତୁହାକୁ ତୁହା ରିମାଣ୍ଡରେ ନେଇ ପଚରାଉଚରା କରିଛି ତଦନ୍ତକାରୀ ଟିମ୍ । ଏହାରି ଭିତରେ ଘଟଣାକୁ ୫ ମାସ ବିତିଯାଇଥିଲେ ଗୋପାଳ କାହିଁକି ନବ ଦାସଙ୍କୁ ଗୁଳି କଲା, ଏ ନେଇ ମୁହଁ ଖୋଲିନ କ୍ରାଇମବ୍ରାଞ୍ଚ ।