(ଜୟନ୍ତ କୁମାର ସେଠୀ) : ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ଯଶୁଆପୁର ଗ୍ରାମପଞ୍ଚାୟତର କାର୍ୟ୍ୟ ନିର୍ବାହୀ ଅଧିକାରୀକୁ ମାଡମରାଯିବା ଘଟଣାରେ ସରପଞ୍ଚଙ୍କ ସ୍ବାମୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ନିମିତ୍ତେ ବ୍ଲକ କର୍ମଚାରୀ ବିଡିଓ କୁ ଲିଖିତ ଅଭିଯୋଗ ଆଣିଛନ୍ତି। ଦୁଇଦିନ ଭିତରେ ଯଶୁଆପୁର ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାନଗଲେ ପାଞ୍ଚ ତାରିଖ ଦିନ ବ୍ଲକ କର୍ମଚାରି ସମୂହ କଲମଛାଡ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ଅଭିଯୋଗ ପାଇ ଜିଲ୍ଲାପାଳ ପୁରୀ ଓ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ସ୍ଥାନୀୟ ଥାନା ଅଧିକାରୀକୁ ଅବଗତ କରାଇଛନ୍ତି ବୋଲି ପିପିଲି ବିଡିଓ ପ୍ରକାଶ କରିଛନ୍ତି।