(ଜୟନ୍ତ କୁମାର ସେଠୀ) : ଆସନ୍ତା ନିର୍ବାଚନରେ ବିଜେଡ଼ିକୁ ପୁଣି ଓଡ଼ିଶାରେ ଆଣିବାକୁ ଶପଥ ନେଇଛି ବିଜେଡିର ମହିଳା କର୍ମୀ । ଏନେଇ କାକଟପୁର ଠାରେ ବିଜେଡ଼ି ମହିଳା ସମାବେଶ ଅନୁଷ୍ଣିତ ହୋଇଛି । ଏହି ସମାବେଶରେ ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ ଯୋଗଦେଇ ଏହି ସମାବେଶକୁ ଆନୁଷ୍ଠାନିକ ଭାବେ ଊଦ୍ ଘାଟନ କରିଥିଲେ । ରାଜ୍ୟ ସରକାରଙ୍କ ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ ଯୋଜନା ମାନ ସଂପର୍କରେ ଆଲୋକପାତ କରିଥିଲେ । ଏହି ସମାବେଶରେ ସ୍ଥାନୀୟ ବିଧାୟକ ସୁରେନ୍ଦ୍ର ସେଠୀ, ପୂରୀ ଜିଲ୍ଲା ଅଧ୍ୟକ୍ଷ ଜୋର୍ତିମୟ ଦଳେଇ, ପୂରୀ ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ଶାନ୍ତିଲତା ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ହଜାର ସଂଖ୍ୟକ ମହିଳା ଏହି ସମାବେଶରେ ସାମିଲ ହୋଇଥିଲେ ।