ଭିନ୍ନକ୍ଷମ ସମାର୍ଥ୍ୟ ଶିବିର ଅନୁଷ୍ଠିତ

(ଜୟନ୍ତ କୁମାର ସେଠୀ) : ପୁରୀ ଜିଳ୍ଲା ନିମାପଡ଼ା ଠାରେ ଭିନ୍ନକ୍ଷମ ସମାର୍ଥ୍ୟ ଶିବରି ଅନୁଷ୍ଠିତ ହୋଇଯାଇଛି । ନିମାପଡ଼ା ବ୍ଲକ ପକ୍ଷରୁ ଅନୁଷ୍ଠିତ ଏହି ଶିବିରକୁ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ୍ କରିଥିଲେ । ଏହି ଶିବିରରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଭିନ୍ନକ୍ଷମ ମହିଳାଙ୍କ ଡ଼ାକ୍ତରୀ ପରୀକ୍ଷା କରାଯିବା ସହିତ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।