(ଜୟନ୍ତ କୁମାର ସେଠୀ): ଗାଁକୁ ରାସ୍ତା ନାହିଁ କି ପିଇବାକୁ ପାଣି ନାହିଁ । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବଦଳିପାରୁନାହିଁ ଚିତ୍ର । ଏହି ହେଉଛି ପିପିଲି ବ୍ଲକ ଅନ୍ତର୍ଗତ ବୀରସ୍ତମ୍ଭପୁର ପଞ୍ଚାୟତର ମାଣଚିନା ଗାଁ । ସରକାର ପରେ ସରକାର ବଦଳୁଛନ୍ତି କିନ୍ତୁ ଗାଁର ଛବି ବଦୁଳୁ ନାହିଁ । ରାସ୍ତାଘାଟ ଓ ପାଣି ସୁବିଧା ନଥିବାରୁ ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
କେନ୍ଦ୍ର ଓ ରାଜ୍ୟ ସରକାର ଏକାଧିକ ଯୋଜନା ପ୍ରଣୟନ କରିଛନ୍ତି । ଅନ୍ତୁଳିଶାଳରୁଠାରୁ ଆରମ୍ଭ କରି ହରିଚନ୍ଦ୍ର ପର୍ଯ୍ୟନ୍ତ ଯୋଜନା କାର୍ଯ୍ୟକାରୀ ହେଉଛି । ଏହା କିପରି କାର୍ଯ୍ୟାକାରୀ ହେଉଛି ମଣିଚିନା ଗାଁରୁ ଜଣାପଡୁଛି । ରାଜ୍ୟ ସରକାର ଆମ ଗାଁ ଆମ ବିକାଶ ଯୋଜନା କାର୍ଯ୍ୟକାରୀ କରୁଛନ୍ତି କିନ୍ତୁ ତାହା ସଠିକ୍ ରୂପେ କାର୍ଯ୍ୟକାରୀ ହୋଇପାରୁନାହିଁ କି ବଦଳିପାରୁନି ଗାଁର ଚିତ୍ର ।