(ଜୟନ୍ତ କୁମାର ସେଠୀ) : ପୁରୀ ଜିଲ୍ଲା ଗୋପ ଥାନା ରେ ସନ୍ଧ୍ୟା ସମୟରେ ଗଣେଶ ପୁଜାକୁ ଆଖି ଆଗରେ ଚାରିଛକରୁ ପେଟ୍ରୋଲିଙ୍ଗ କରି ଫେରିଥିବା ସମୟରେ ଗୋପ ବଜାର ନିକଟରେ ୪ଜଣ ଜୁବକ ମଦ୍ୟ ପିଇ ବଚସା ହେଉଥିଲେ । ପେଟ୍ରୋଲିଙ୍ଗ କରି ଫେରିଥିବା ଗାଡ଼ିରେ ମହିଳା ଏସଆଇ ସୋର୍ଣ୍ଣପ୍ରଭା ଗାଡ଼ି ରଖି ସେମାନଙ୍କୁ ବୁଝାସୁଝା କରୁଥିବା ସମୟରେ ୪ଜଣ ଯୁବକ ମହିଳା ଏସଆଇଙ୍କୁ ଗାଳିଗୁଲଜ କରିବାସହ ନିସ୍ତୁକ ମାଡ଼ ଦେଇଥିଲେ। ଘଟଣାକୁ ନେଇ ୪ଜଣ ଯୁବକ ମଧ୍ୟରୁ ୨ ଜଣ ଯୁବକଙ୍କୁ ଅଟକ ରଖିଛି ଗୋପ ପୁଲିସ। ପୋଲିସକୁ ଦୁରବ୍ୟବହାର କରିବା ସହ ନିସ୍ତୁକ ମାଡ଼ ମାରିବା ଓ ଅଶୀଳ ଭାଷାରେ ଗାଳିଗୁଲଜ କରିବାକୁ ନେଇ ଗୋପ ଅଞ୍ଚଳରେ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହୋଇଛି।