ପୋଲିସ ହାତରେ ଧରାପଡିଲେ ୬ ଜଣ ଦୁବୃତ୍ତ

( ଜୟନ୍ତ କୁମାର ସେଠୀ): ପୋଲିସ ହାତରେ ଧରାପଡିଲେ ୬ ଜଣ ଦୁବୃତ୍ତା ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ପିପିଲି ବାଇପାସଠାରେ ୬ ଜଣ ଦୁବୃତ୍ତଙ୍କୁ ଗରିଫ କରିଛି ପୋଲିସ । ପିପିଲି ପୋଲିସ ପେଟ୍ରୋଲିଂବେଳେ ୬ ଜଣ ଦୁବୃତ୍ତଠାରୁ ଦୁଇଟି ଖଣ୍ଡା, ଦୁଇଟି ବୋମା ଜବତ କରିଛି । ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତି ଯୁବକମାନଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ଲୁଟ ରାହାଜାନୀ ଓ ଡକାୟତି ଭଳି ମାମଲା ରହିଥିବା ବେଳେ ସେମାନଙ୍କର ବଡ ଧରଣର ଡକାୟତି କରିବା ଲକ୍ଷ୍ୟରେ ରାଜରାସ୍ତାରେ ମାରଣାସ୍ତ୍ର ସାଙ୍ଗରେ ଧରି ବୁଲୁଛନ୍ତି । ସମସ୍ତ ଯୁବକମାନେ ପୁରୀ ସହରରୁ ଥିଲେ । ପିପିଲି ପୁଲିସ କେଶ ନମ୍ବର ୨୬୬/୧୮ରେ ମାମଲା ରୁଜୁକରି କୋର୍ଟ ଚାଳଣ କରିଛି।