କୋଭିଡ ପାଇଁ ଭଙ୍ଗ ହେବ ଶହଶହ ବର୍ଷର ଗୋଶ।।ଣୀ ପୂଜା ପରମ୍ପରା

(ଜୟନ୍ତ ସେଠୀ/ ଗୋପ): ଚଳିତ ବର୍ଷ ପାର୍ବଣ ଋତୁରେ କିଭଳି ପୂଜା ବିଭିନ୍ନ ପୁଜାମଣ୍ଡପରେ ପାଳନ ହେବ ସେ ନେଇ ରାଜ୍ୟ ସରକାର ଗାଇଡ଼ ଲାଇନ ଜାରି କରିଛନ୍ତି। ତେବେ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ମୂର୍ତି ୪ ଫୁଟ ରୁ ଅଧିକ ହେବ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ତେବେ ନିର୍ଦ୍ଦେଶ ପରେ ଶହ ଶହ ବର୍ଷ ଧରି ପୁରୀରେ ହେଉଥିବା ଗୋଶାଣୀ ପୂଜା ପରମ୍ପରା ଭଙ୍ଗ ହେବା ନେଇ ଅସଙ୍କା ସୃଷ୍ଟି ହୋଇଛି। କାରଣ ପୁରୀରେ ବିଶାଳ ଗୋଶାଣୀ ମୂର୍ତି ପୂଜା ପରମ୍ପରା ବେଶ ପ୍ରାଚୀନ। ତେବେ ରାଜ୍ୟ ସରକାର ମୂର୍ତି ନିର୍ମାଣ କଟକଣା କୋହଳ କରିବାକୁ ପୂଜା ମଣ୍ଡପ କର୍ମକର୍ତା ଅନୁରୋଧ କରିଛନ୍ତି। ଅନ୍ୟପଟେ ଶ୍ରୀକ୍ଷେତ୍ରରେ ବିଭିନ୍ନ ଶକ୍ତି ପୀଠ ଗୁଡ଼ିକରେ ଷୋଡଶ ଉପଚାର ପୂଜା ପରମ୍ପରା ଅନୁଯାୟୀ ଚାଲୁ ରହିଛି।ଶାରଦୀୟ ଦୁର୍ଗା ପୂଜାକୁ ଶ୍ରୀକ୍ଷେତ୍ର ପୁରୀରେ ଗୋଶାଣୀ ପୂଜା ଭାବେ ପାଳନ କରାଯାଏ। ଶହ ଶହ ବର୍ଷ ହେବ ବିଶାଳ ଗୋଶାଣୀ ମୂର୍ତି ପୂଜା ହୋଇ ଆସୁଥିବା ବେଳେ ଅଳଙ୍କାର ଠାରୁ ଆରଂଭ କରି ସବୁ ସାଜସଜା ବଡ଼ ମୂର୍ତି ପାଇଁ ରହିଛି । ଏଣୁ ୪ଫୁଟର ମୂର୍ତି ହେଲେ ଶହ ଶହ ବର୍ଷର ପରମ୍ପରା ଭଙ୍ଗ ହେବା ସହ ପୂର୍ବରୁ ମୂର୍ତି ପାଇଁ ତିଆରି ହୋଇ ଥିବା ଅଳଙ୍କାର କିଭଳି ବ୍ୟବହାର କରିବେ ଛୋଟ ମୂର୍ତି ରେ ସେ ନେଇ ପ୍ରଶ୍ନ ଉଠିଛି। ସେପଟେ ପୁରୀ ଉପଜିଲ୍ଲାପାଳଙ୍କ କହିବା କଥା ସମାଜ ସୁରକ୍ଷା ଓ ଭଲ ପାଇଁ ରାଜ୍ୟ ସରକାର କଟକଣା କରିଛନ୍ତି। ତେଣୁ ଏହି ନିୟମକୁ ମାନି ସମସ୍ତେ ପୂଜା ଆୟୋଜନ କରିବକୁ ସେ ସମସ୍ତ ପୂଜା କିମିଟି ମାନଙ୍କୁ ଅନୁରୋଧ କରିଛନ୍ତି।