ମାପରେ ଠକୁଛନ୍ତି ସୁନାଦୋକାନୀ, ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ

ସୁନା କିଣୁଥିଲେ ସାବଧାନ । ମାପରେ ଠକୁଛନ୍ତି ସୁନାଦୋକାନୀ । ଏନେଇ ଗୃହରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ଗତ ୩ ବର୍ଷରେ ମାପକରେ ତ୍ରୁଟି ନେଇ ୧୬ ମାମଲା ସାମ୍ନାକୁ ଆସିଛି । ୨ ଲକ୍ଷ ୨୬ ହଜାର ୫୦୦ ଜୋରିମାନା ସରକାର ଆଦାୟ କରିଛନ୍ତି । ନିମ୍ନ ମାନର ସୁନା ଦେଇ ଧରାପଡିଛନ୍ତି ୮ ଦୋକାନୀ ସେଥିରୁ ୪ ଜଣଙ୍କ ପଞ୍ଜିକରଣ ବାତିଲ କରାଯାଇଥିବା ବେଳେ ୩ ଜଣଙ୍କୁ ପଞ୍ଜିକରଣ ବାତିଲ ପାଇଁ ନୋଟିସ କରାଯାଇଛି । ସେହିପରି ଗୋଟିଏ ମାମଲା ବିଚାର ଧୀନ ରହିଛି ।