ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ

ନବରଙ୍ଗପୁର/ମନୋଜ କୁମାର ନାୟକ : ଉମରକୋଟ ବ୍ଲକ ରେ ପଂଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଉମରକୋଟ ବ୍ଲକର ସମସ୍ତ ବିଭାଗର ସରକାରୀ କର୍ମଚାରୀ ଏବଂ ସମସ୍ତ ଦଳର କର୍ମୀ ଏବଂ ସରପଞ୍ଚ , ସମିତିସଭ୍ୟ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ କୃଷି ବିଭାଗ,ମତ୍ସ୍ୟ ବିଭାଗ, ଶିକ୍ଷା ବିଭାଗ,ବିଦ୍ୟୁତ ବିଭାଗ ତଥା ଅନ୍ୟାନ୍ୟ ବିଭାଗର କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକକୁ ପରିଚାଳନା କରିଥିଲେ ଉମରକୋଟ ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀ ହିମାଚଳ ମାଝୀ ଏବଂ ମୁଖ୍ୟ ଅତିଥି ଭାବେ ଝରୀଗାଁ ବିଜେଡି ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ । ଏହି ବୈଠକରେ ଉମରକୋଟ ବିଜେପି ବିଧାୟକଙ୍କ ପ୍ରତିନଧି ତଥା ରାଜ୍ୟ ସଂଖ୍ୟାଲଘୁ ସେଲର ଉପସଭାପତି ଶ୍ରୀ କାଜମ ମଦାନୀ ଏବଂ ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ସୁଶୀଳା ମାଝୀ ଯୋଗ ଦେଇଥିଲେ ।

ଉକ୍ତ ବୈଠକରେ ଉମରକୋଟ ବ୍ଲକରେ ହେଉଥିବା ଯେତେ ସବୁ କାର୍ଯ୍ୟ ଯଥା ସ୍ୱଛଭାରତ ମିଶନ, ମନରେଗା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ବିଜୁ ପକ୍କାଘର ଏବଂ ଅନ୍ୟାନ୍ୟ ଯାହା ସବୁ ଯୋଜନା ହଉଚି ସେଥିରେ ଅତି ନିମ୍ନ ମାନର କାମ ହେଉଛି କହି ଶ୍ରୀ କାଜମ ମଦାନୀ ଏବଂ କାରାଗାଁ ସମିତି ସଭ୍ୟ ଶ୍ରୀ ବିକ୍ରମ ସିଂ ସମସ୍ତ କର୍ମଚାରୀଙ୍କୁ ତାଗିଦ କରିଥିଲେ । ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଶୀଘ୍ର ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଭାଗର ଏତାଦୃଶ କାର୍ଯ୍ୟକୁ ଜନସାଧାରଣ ମଧ୍ୟ ନିନ୍ଦା କରୁଛନ୍ତି କହି ଶ୍ରୀ ସିଂ ଅଭିଯୋଗ କରିଥିଲେ । ଉକ୍ତ ବିଭାଗର ବିଭାଗୀୟ ଯନ୍ତ୍ରୀ ,ଅଧିକାରୀ ମାନେ ଆସନ୍ତା ବୈଠକ ସୁଦ୍ଧା ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।