ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହୋଇପାରିଛନ୍ତି । ଏହା ପ୍ରଥମ ଥର ପାଇଁ ଜଣେ ଏସୀୟ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସର ଟପ-୩କୁ ଭାଙ୍ଗିଛି । ଯାହାର ସମ୍ପତ୍ତି ୧୩୭.୪ ବିଲିୟନ ଅଟେ । ସେ ବର୍ତ୍ତମାନ ବିଶ୍ୱ ମାନ୍ୟତାରେ ଏଲୋନ ମସ୍କ ଏବଂ ଜେଫ ବେଜୋସଙ୍କ ପଛରେ ରହିଛନ୍ତି । ଟେଲସା ସିଇଓ ଏଲୋନ ମସ୍କର ମୋଟ ସମ୍ପତ୍ତି ୨୫୧ ବିଲିୟନ ଡଲାର ହୋଇଥିବାବେଳେ ଆମାଜନର ପ୍ରତିଷ୍ଠାତା ତଥା ସିଇଓ ଜେଫ ବେଜୋସଙ୍କର ମୋଟ ମୂଲ୍ୟ ୧୫୩ ବିଲିୟନ ଡଲାର ଅଟେ । ଆଦାନୀ ଗ୍ରୁପର ସହ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଗୌତମ ଆଦାନୀ ଫ୍ରାନସର ବନାଡ ଆଲାନଙ୍କୁ ଅତିକ୍ରମ କରି ବିଶ୍ୱର ତୃତୀୟ ବିତ୍ତଶାଳୀ ବ୍ୟକ୍ତି ଭାବେ ପରିଗଣିତ ହୋଇଛନ୍ତି । ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସର ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ ଜଣେ ଏସୀୟ ବ୍ୟକ୍ତି ସ୍ଥାନିତ ହେବାରେ ଏହା ହେଉଛି ପ୍ରଥମ ଘଟଣା । ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଚୀନ ଆଲିବାବା ଗ୍ରୁପର ଜାକ ମାଆଙ୍କ ଭଳି ଆହୁରି ଆନେକ ବିତ୍ତଶାଳୀ ଏସୀୟମାନେ ମଧ୍ୟ ଏ ସ୍ତରକୁ ଉଠିବାରେ ସମର୍ଥ ହୋଇନଥିଲେ । ୧୩୭. ୪ ବିଲିୟନ ଡଲାର ସମ୍ପତ୍ତିର ମାଲିକ ଶ୍ରୀ ଆଦାନୀ ଆମେରିକାର ଏଲନ ମସ୍କ ଏବଂ ଜେଫ ବେଜୋସଙ୍କ ପଛରେ ରହିଛନ୍ତି । ଦେଶର ଶ୍ରେଷ୍ଠ ବନ୍ଦର ଅପରେଟର ଓ କୋଇଲା ବ୍ୟବସାୟ ସଂସ୍ଥାନ ଆଦାନୀ ଗ୍ରୁପର ସହ ସଂସ୍ଥାପକ ହେଉଛନ୍ତି ଗୌତମ ଆଦାନୀ । ବିଶ୍ୱର ୧୧ ତମ ସ୍ଥାନରେ ରିଲାଏନସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରହିଛନ୍ତି ।