(ତାରାକାନ୍ତ ନାଏକ): ରୋଷେଇ କରୁଥିବା ସମୟରେ ଫାଟିଲା ଗ୍ୟାସ ଟାଙ୍କି । ଏହି ଦୁର୍ଘଟଣାରୁ ପରିବାର ଲୋକଙ୍କ ଜୀବନ ଅଳ୍ପକେ ବର୍ତ୍ତ ଯାଇଥିବାର ସୂଚନା ମିଳିଛି । ଘଟଣାଟି ଘଟିଛି କଟକ ଜିଲ୍ଲା ଜନାର୍ଦ୍ଦନପୁର ପଚାଂୟତର ଗୋପିନାଥପୁର ଗାଁରେ । ରାମ ସାହୁଙ୍କ ବୋହୂ ରୋଷେଇ କରୁଥିବା ସମୟରେ କିଛି ସମୟ ପାଇଁ ବାହାରକୁ ଯାଇଥିଲେ । ସେହି ସମୟରେ ଗ୍ୟାସ ଟାଙ୍କି ଫାଟିଥିଲା । ଫଳରେ ଘରର ଛାତ ଫାଟିବା ସହ ଘରର ସମସ୍ତ ଆସବାପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ଦମ୍ କଳକୁ ଫୋନ କରିଥିଲେ ମଧ୍ୟ କେହି ଫୋନ ଉଠାଇ ନଥିଲେ । ପରେ ଗ୍ରମାବାସୀ ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା ।