ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂ ଦେବ । ଗଜପତି ମହାରାଜ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏନେଇ ଟ୍ୱିଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଗଜପତିଙ୍କ ସହ ସାକ୍ଷାତ ତାଙ୍କ ପାଇଁ ସବୁ ବେଳେ ଏକ ସ୍ୱତନ୍ତ୍ର ମୂହୂତ୍ତ ବୋଲି ନବୀନ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଏବଂ ପୁରୀଗଜପତି ମହାରାଜଙ୍କ ମଧ୍ୟରେ କଣ ଆଲୋଚନା ହୋଇଛି ତାହା ଜଣାପଡ଼ିନାହିଁ । ଅନ୍ୟପକ୍ଷେ ଏହା ଏକ ସୌଜନ୍ୟମୂଳକ ସାକ୍ଷତକାର ବୋଲି କୁହାଯାଉଛି ।