ଗଜପତି ଏ.ଡି. ଏମ୍ ବିରେନ୍ଦ୍ର ଦାସଙ୍କ ଆକସ୍ମିକ ବିୟୋଗରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ୱର : ଗଜପତି ଏ.ଡି. ଏମ୍ ବିରେନ୍ଦ୍ର ଦାସଙ୍କ ଆକସ୍ମିକ ବିୟୋଗରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି  ଯେ ସ୍ଵର୍ଗତ ଦାସ ଜଣେ ଦକ୍ଷ ଓ କର୍ମଠ ଅଧିକାରୀ ଭାବରେ ସୁନାମ ଅର୍ଜନ କରିଥିଲେ । ସାଧାରଣ ଲୋକମାନଙ୍କ ସମସ୍ୟା ସମାଧାନ ଦିଗରେ ତାଙ୍କର ନିଷ୍ଠାପର  କାର୍ଯ୍ୟ ପାଇଁ ସେ ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ ।  ସ୍ଵର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଶ୍ରୀ ପଟ୍ଟନାୟକ ଗଭୀର  ସମବେଦନା ଜଣାଇଛନ୍ତି ।