ଆଗକୁ ଛତୁଆ ବଦଳରେ ମାଣ୍ଡିଆ ଦେବା ପାଇଁ ଚିନ୍ତା କରୁଛି ବିଭାଗ; ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ମନ୍ତ୍ରୀଙ୍କୁ ଘାରିଲାଣି ଛତୁଆ ଚିନ୍ତା । ଆଗକୁ  ଛତୁଆ ବଦଳରେ ମିଳିପାରେ ମାଣ୍ଡିଆ  ।  ଖରାପ ମାନର ଛତୁଆକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗକୁ ଛତୁଆ ବଦଳରେ ମାଣ୍ଡିଆ ଦେବା ପାଇଁ ଚିନ୍ତା କରୁଛି ବିଭାଗ । ସବୁଆଡେ ଛତୁଆ ନୁହଁ, ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ, ପିଲାଙ୍କୁ ଖାଦ୍ୟ ଦିଆଯିବ । ଖାସ କରି ଖରାପ ଛତୁଆ ବିଭାଗ ପାଇଁ ସାଜିଛି ମୁଣ୍ଡବ୍ୟଥାର କାରଣ । ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି । ପୃଷ୍ଟିକର ଛତୁଆ କେମିତି ତିଆରି ହେବ । ସେନେଇ ବିଭାଗ ଆଲୋଚନା କରୁଛି । ଖୁବଶୀଘ୍ର ଏଦିଗରେ କିପରି ପଦକ୍ଷେପ ନିଆଯିବ । ସେନେଇ ମଧ୍ୟ ଆଲୋଚନା ଚାଲିଛି । ଅପପୃଷ୍ଟି ମୁକ୍ତ ଓଡିଶା ଗଠନ କରିବାକୁ ବିଭାଗ ପ୍ରତିଶୃତିବଦ୍ଧ ବୋଲି ପ୍ରଭାତୀ କହିଛନ୍ତି।