ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ: ଇଞ୍ଜିନରୁ ଖସି ଗଲା ୧୭ଟି ବଗି

ପାରାଦୀପ : ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ପାରାଦୀପ ବାଉରିଆପାଳନ୍ଦାରେ ଏକ ମାଲବାହୀ ଟ୍ରେନ ଇଞ୍ଜିନରୁ ୧୭ଟି ବଗି ଖସି ଯାଇଥିଲା । ଫଳରେ ଗୋଟିଏ ବଗି ଓଲଟି ପଡିଥିବା ବେଳେ ଗୋଟିଏ ଅଧା ଅଣେଇ ହୋଇ ରହି ଥିବାବେଳେ ଟ୍ରାକରୁ ଆଉ ୪ଟି ବଗି ବାହାରି ଯାଇଥିଲା । ତେବେ ପାରାଦ୍ଵୀପ ବନ୍ଦର ଭିତରକୁ ଏହି ବଗି ଗୁଡିକୁ ନେଇ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ମାଲବାହୀ ଟ୍ରେନ।
ସୂଚନା ଅନୁଯାୟୀ , ଟ୍ରେନଟି ମାଲ ଲୋଡିଂ ପାଇଁ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଥିଲା। ଏହି ଟ୍ରେନରେ ଖାଲି ରହିଥିବା କିଛି ଡ୍ୟାମେଜ ବଗି ବନ୍ଦର ମଧ୍ୟକୁ ଯାଉଥିଲା । ଲାଇନଚ୍ୟୁତ ଯୋଗୁ ରେଲୱେ ଟ୍ରାକ ରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ରେଲୱେ କର୍ତ୍ତୃପକ୍ଷ ଓ ବନ୍ଦର ଅଧିକାରୀ ପହଞ୍ଚି ଟ୍ରେନ ଲାଇନକୁ ସଫା କରୁଛନ୍ତି ।