ମାଲବାହୀ ଟ୍ରେନ ଲାଇନଚ୍ୟୁତ

କୋରାପୁଟ: ମାଲବାହୀ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ । ଏହି ଘଟଣା ଘଟିଛି କୋରାପୁଟ-ଜୟପୁର ମଧ୍ୟରେ ଥିବା ଛତ୍ରୀପୁଟ ଷ୍ଟେସନ ନିକଟରେ । ସୂଚନା ଅନୁସାରେ, କୋରାପୁଟ-ଜୟପୁର ମଧ୍ୟରେ ଥିବା ଛତ୍ରୀପୁଟ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ଦୁଇଟି ଇଞ୍ଜିନ ଲାଇନଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶୁକ୍ରବାର ଛତ୍ରୀପୁଟ ଓ ଜୟପୁର ମଧ୍ୟରେ ଦୋହରିକରଣ ରେଳପଥର ଉଦଘାଟନ ହୋଇଥିଲା । କିନ୍ତୁ ଶନିବାର ନୂଆ ଟ୍ରାକରୁ ପୁରୁଣା ଟ୍ରାକକୁ ରେଳ ଇଞ୍ଜିନ ପାସ୍ କରୁଥିବା ବେଳେ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏ ନେଇ କୋରାପୁଟ  ଆରପିଏଫ ଆଇଆଇସି ଅପରେସ ବେହେରା ସୂଚନା ଦେଇଛନ୍ତି ।