ମାଲକାନାଗିରିରେ ମାଗଣା ବକ୍ରପାଦ ଅସ୍ତ୍ରୋପଚାର

ମାଲକାନାଗିରି /ସୂର୍ଯ୍ୟକାନ୍ତ ବେହେରା :ଗରିବ ବା ଅସହାୟ ଶିଶୁ , ବୁଦ୍ଧ , ଯୁବକ , ଯୁବତୀଙ୍କ ପାଇଁ ପ୍ରତ୍ୟକ କ୍ଷେତ୍ରରେ ସହଯୋଗ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଜିଲ୍ଲାରେ କିଛି ଅନୁଷ୍ଠାନ ରହିଛି । ଠିକ ସେହି ଭଳି ମାଲକାନଗିରି ଜିଲ୍ଲା ପ୍ରଶାସନ ଦ୍ୱାରା ମାଲକାନଗିରି ଜିଲ୍ଲାରେ ବକ୍ରପାଦ ଅସ୍ତ୍ରୋପଚାର ଶିବିର ଉଦଘାଟନ ହୋଇଛି ଯେଉଁ ଶିବିରରେ ବକ୍ରପାଦ ଥିବା ଶିଶୁମାନଙ୍କର ଅସ୍ତ୍ର ପ୍ରଚାର କରାଯିବ । ଦୀର୍ଘ ୪ ଦିନ ଧରି ପୁରୁଣା ମେଡିକାଲ ଠାରେ ଏହି ଶିବିର ଚାଲିବ । ଜିଲ୍ଲାରେ ଯେଉଁ ଅସହାୟ ଗରିବ ପରିବାର ଲୋକେ ପଇସା ଅଭାବ ଯୋଗୁଁ ଏହି ଚିକିତ୍ସା କରି ପାରୁ ନଥିଲେ ସେମାନେ ଏବେ ଏହି ଶିବିରରେ ସେମାନଙ୍କ ପୁଅ କିମ୍ବା ଝିଅର ଚିକିତ୍ସା କରିପାରିବେ । ତେବେ ଏହି ଶିବିରକୁ ଅନେକ ଅସହାୟ ଗରିବ ଶ୍ରେଣୀର ଲୋକେ ନିଜ ପୁଅ ଝିଅଙ୍କୁ ଚିକିତ୍ସା ପାଇଁ ଆଣିଛନ୍ତି ଓ ମାଗଣାରେ ଏହି ଚିକିତ୍ସା ହେଉଥିବାରୁ ପରିବାର ଲୋକେ ଖୁସି ମଧ୍ୟ ଅଛନ୍ତି । ମାଗଣାରେ ବକ୍ରପାଦ ଚିକିତ୍ସା ହେଉଥିବା ଜାଣିବା ପରେ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରୁ ଅନେକ ଗରିବ ଓ ଅସହାୟ ଲୋକେ ନିଜ ଛୁଆଙ୍କୁ ଧରି ମାଲକାନଗିରି ମେଡିକାଲ କୁ ଆସିଛନ୍ତି । ତେବେ ଏହି ଚିକିତ୍ସା ପାଇଁ ମାଲକାନଗିରି ବାହାରୁ ଡାକ୍ତର ମାନେ ଆସି ଏହି ଅସ୍ତ୍ରୋପଚାର କରିବା ସହ ଅସ୍ତ୍ରୋପଚାର ହେବା ପରେ ୨୨ ଦିନ ମେଡିକାଲ ରେ ଚିକିତ୍ସା ହେବା ପରେ ୩ ବର୍ଷ ଧରି ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଉପରେ ଚିକିତ୍ସା ବିଭାଗ ନଜର ରଖିବ ବୋଲି ଜିଲ୍ଲା ଚିକିତ୍ସା ଅଧିକାରୀ ପ୍ରକାଶ କରିଛନ୍ତି ।