ମୁଁ ମାଲିକଙ୍କ ଭାଇ, ଟଙ୍କା ପଠାଅ କାମ ହେଇଯିବ !

(ରିପୋଟର୍ସ ଟୁଡେ): ମୁଁ ବିକି କହୁଛି । ଥାନାରେ ଥିବା ତମ କାମ ହେଇଯିବ । ମୁଁ ଆଇଆଇସିଙ୍କ ସହ ସେଣ୍ଟିଂ କରିଛି । ଏଥିପାଇଁ ଦୁଇ ଲକ୍ଷ ଟଙ୍କା ଲାଗିବ । ତମେ ଜମା ଟେନସନ ନିଅନି । ଟଙ୍କା ପଠାଅ । ମୁଁ ଯାଜପୁର ଯାଉଛି ଭାଇକୁ କହି ଦେବି । ସେ ବୁଝିଦବ । ନିଜକୁ ଯାଜପୁରର ଜଣେ ଯୁବ ନେତାଙ୍କ ସାନ ଭାଇ କହି ପ୍ରାୟ ୧୦ରୁ ଉଦ୍ଧ୍ୱର୍ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛି ଏହି ପବନା ଠକ ଜଣକ ।

ନିଜକୁ ଏକ ୱେବ ଚ୍ୟାନେଲର କ୍ୟାମେରାମ୍ୟାନ ପରିଚୟ ଦେଇ ଏମିତି ଅନେକ ଝିଅଙ୍କୁ ନିଜ ପ୍ରେମ ଜାଲରେ ପକାଇ ସେମାନଙ୍କ ସହ ଶାରିରୀକ ସଂପର୍କ ରଖି ଏବେ ଫେରାର ହୋଇଯାଇଛି ଏହି ଯୁବକ ଜଣକ । ନିଜକୁ ୱେବ ଚ୍ୟାନେଲ ମାଲିକଙ୍କ ସାନ ଭାଇ କହି ସେହି ୱେବ ଚ୍ୟାନେଲର ଜିଲ୍ଲା ପ୍ରତିନିଧୀମାନଙ୍କଠାରୁ ହଜାର ହଜାର ଟଙ୍କା ଠକି ନେଇଛି । ବିକି ସେହି ମାଲିକଙ୍କ ଗାଁ ପିଲା ହୋଇଥିବାରୁ ମାଲିକ ଜଣକ ବିକିକୁ ଭରସା କରି ତାଙ୍କ ଗାଡି, ଘର ଚାବି ସବୁ କିଛି ଦେଇଥିଲେ । କିନ୍ତୁ ମନ୍ଦ ଉଦେଶ୍ୟ ରଖିଥିବା ଏହି ଘର ଭିବିଷଣ ଜଣକ ଶେଷରେ ମାଲିକଙ୍କୁ ଚୂନ ଲଗାଇଥିଲା । ମାଲିକଙ୍କ ଅନୁପସ୍ଥିତିରେ ସେ ତାଙ୍କ ଗାଡି ଓ ଘରର ଫଟୋ ଉଠାଇ ଯୁବତୀମାନଙ୍କୁ ପଠାଉଥିଲା । ଏମିତିକି ସେ ମାଲିକଙ୍କ ଅଜାଣତରେ ତାଙ୍କ ଘରକୁ ନିଜ ଘର କହି ଝିଅମାନଙ୍କ ସହ ରାତି ବିତାଉଥିଲା ।

ଗାଁରେ ଥିବା ଏହି ଯୁବକ ମୁଣ୍ଡରେ ରାତାରାତି ଧନୀ ହେବାର ସୈତାନ ଶବାର ହେବାପରେ ସେ ଖେଳିଥିଲା ନୂଆ ଖେଳ । ମାଲିକଙ୍କ ନାଁରେ ବିଭିନ୍ନ ସ୍ଥାନରୁ ଉଠାଇଥିଲା ଟଙ୍କା । ସୂଚନାନୁଯାୟୀ ଏହି ଯୁବକ ଜଣକ ବ୍ରାଉନସୁଗାର ବେପାର ମଧ୍ୟ କରୁଥିଲା । ଯେହେତୁ ସେ ଏକ ଗଣମାଧ୍ୟମରେ କାମ କରୁଥିଲା ତାକୁ ଏହି ସବୁ ବେପାର କରିବାର କିଛି ଅସୁବିଧା ହେଉନଥିଲା । ଚୋର ଘର ସବୁଦିନ ଅନ୍ଧାର ନଥିବା ଭଳି ଏହି ବିଖ୍ୟାତ ଡହରା ଠକର କଳାକାରନାମା ପଦାକୁ ଆସିଲା ।

ଏହି କଥା ମାଲିକ ଜଣକ ଜାଣିଲା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ସେ ସଙ୍ଗେ ସଙ୍ଗେ ସହିଦନଗର ଥ।।ନରେ ଏନେଇ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି କୁଖ୍ୟାତ ଠକ ଭୁବନେଶ୍ୱରରୁ ଟଙ୍କା ଓ ଯୁବତୀମାନଙ୍କ ଇଜ୍ଜତ ଲୁଟି ନେଲା ପରେ ଏବେ ଯାଜପୁରରେ ଲୁଚି ଥିବା ଖବର ମିଳିଛି । ଅପରପକ୍ଷେ ମାଲିକ ବିକି ନାଁରେ ଅଭିଯୋଗ କରିଥିବା ଜାଣିଲା ପରେ ଯୁବକ ଓ ତାଙ୍କ ପରିବାର ଲୋକ ମାଲିକଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି ।