ଚତୁର୍ଥ ପର୍ଯ୍ୟାୟ ଭୋଟ୍

ଢେଙ୍କାନାଳ : ଚତୁର୍ଥ ପର୍ଯ୍ୟାୟ ଭୋଟ୍ ମତଦାନ । ଚାରିଆଡେ ଭୋଟରଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଆଉ ବୁଥ୍ ଗୁଡିକରେ ଭୋଟରମାନଙ୍କର ଲମ୍ବା ଲାଇନ ।
କିନ୍ତୁ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ୍ ଅନ୍ତର୍ଗତ ବାମ ପଂଚାୟତର ପାକଟମୁଣ୍ଡା ଗ୍ରାମର ବୁଥ୍ ପରିସର ଖାଁ ଖାଁ ।ଭୋଟର ଭୋଟ୍ ଦେଉନଥିବାରୁ ପୁଲିଂ କର୍ମଚାରୀମାନେ ଏକ ପ୍ରକାର ହାତ ବାନ୍ଧି ବସିଛନ୍ତି ।

ଏପରିକି ପୂର୍ବରୁ ଏହି ଗ୍ରାମବାସୀ ଭୋଟ୍ ବର୍ଜନ ପାଇଁ ଚେତାବନୀ ଦେଇଥିଲେ । ଗାଁକୁ କୌଣସି ପ୍ରାର୍ଥୀଙ୍କୁ ପୁରାଇ ଦେଉନଥିବା ବେଳେ ପ୍ରାର୍ଥୀମାନଙ୍କ ପୋଷ୍ଟର ମଧ୍ୟ ଚିରି ନିଆଁ ଲଗାଇ ଦେଇଥିଲେ ।ଏହି ପାକଟମୁଣ୍ଡା ଗ୍ରାମ ବଣ ଜଙ୍ଗଲ ଘେରା ଏକ ଆଦିବାସୀ ଅଂଚଳ । ଗ୍ରାମବାସୀ ଗାଁକୁ ଯିବା ଆସିବା କରିବା ପାଇଁ ୩ଟି ନାଳ ଦେଇ ଆସିବାକୁ ପଡିଥାଏ । ସେପଟେ ଗାଁରେ ମୋବାଇଲ ନେଟୱର୍କ ନାହିଁ ।

ତଥାପି ସେମାନଙ୍କ ସମସ୍ୟା ସମାଧାନ ନହେବାରୁ ବାଧ୍ୟ ହୋଇ ଭୋଟ୍ ବର୍ଜନ ଜିଦରେ ରହିଛନ୍ତି ଏହି ଗ୍ରାମବାସୀ । ଏହି ଗ୍ରାମର ଗୋଟିଏ ବୁଥ୍ ହୋଇଥିବା ବେଳେ ପ୍ରାୟ ୪ଶହ ଭୋଟର ଭୋଟ୍ ଦାନରୁ ବିରତ ରହିଥିବା ଜଣାପଡିଛି ।