କଟକ : ଚିଟଫଣ୍ଡ କୋର୍ଟରେ ବିଧାୟକ ଏମଭି ପ୍ରସାଦଙ୍କୁ ହାଜର କରାଯାଇଛି ।ପ୍ରସାଦଙ୍କ ନାମରେ ୧୨୦୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ସୋମବାର ଦିନ ବିଶାଖାପାଟଣା ପୁଲିସ ଏବଂ କ୍ରାଇମବ୍ରାଞ୍ଚ ର ଇଓଡବ୍ଲୁ ମିଳିତ ଭାବେ ଏମଭି ପ୍ରସାଦଙ୍କ ଘରେ ରେଡ କରିଥିଲା । ଏମ୍.ଭି. ପ୍ରସାଦଙ୍କ ୱେଲଫେର ଗ୍ରୁପ ଅଫ୍ କମ୍ପାନି ନାଁରେ ସିବିଆଇ ନିକଟରେ ୧୨ ଶହ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ଆଦି ଅଞ୍ଚଳରୁ ଶହ ଶହ ହିତାଧିକାରୀଙ୍କଠାରୁ କମ୍ପାନି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି।
ସୂଚନାଯୋଗ୍ୟ ୨୦୦୧ରେ ଏହି କମ୍ପାନି ବିଭିନ୍ନ ଅଞ୍ଚଳରେ ଶାଖା ଖୋଲି ଲୋକଙ୍କଠୁ ଟଙ୍କା ଆଦାୟ କରିଥିଲା । ତେବେ ପରେ ଏହି କମ୍ପାନି ଲୋକଙ୍କୁ ଟଙ୍କା ଫେରାଇ ନଥିବା ଅଭିଯୋଗ ରହିଛି । ଏପରିକି ଓଡ଼ିଶାର ବିଭିନ୍ନ ଥାନାରେ ଏମ୍ଭି ପ୍ରସାଦଙ୍କ ନାଁରେ ମାମଲା ଥିବା ଜଣାପଡିଛି ।