ବିଧାନସଭାରେ ଉଠିଲା ଜଙ୍ଗଲ ନିଆଁ ପ୍ରସଙ୍ଗ

ଭୁବନେଶ୍ୱର:ଜଙ୍ଗଲ ନିଆଁକୁ ନେଇ ଗୃହରେ ଉଦବେଗ । ବିଧାନସଭାରେ ଉଠିଲା ଜଙ୍ଗଲ ନିଆଁ ପ୍ରସଙ୍ଗ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରସଙ୍ଗ ଉଠାଇ କହିଛନ୍ତି ଜଙ୍ଗଲ ଜଳୁଛି ମନ୍ତ୍ରୀ କଣ ପଦକ୍ଷେପ ନେଉଛନ୍ତି । ସେହିପରି ବିଜେପି ବିଧାୟିକା କୁସୁମ ଟେଟେ ବି ସମାନ ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ସେପଟେ ଉତ୍ତର ରଖି ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ।ସ୍ୟାଟେଲାଇଟ ରେ ଯାହା ଆସୁଛି ସେଥିରେ କେବଳ ଜଙ୍ଗଲରେ ନିଆଁ ଲାଗୁନି ବରଂ ଅନେକ ସ୍ଥାନରେ ଚାଷୀ ମାନେ ଉନ୍ନତ ମାନର ଚାଷ କରିବା ପାଇଁ ଧାନ ବିଲରେ ନିଆଁ ଲଗେଇ ଦେଉଛନ୍ତି । ଧାନ କାଟିବା ପରେ ଯେଉଁ ବଳକା ରହିଯାଉଛି ସେଥିରେ ଚାଷୀ ମାନେ ନିଆଁ ଲଗେଇ ଦେଉଛନ୍ତି । ଯେଉଁଥି ପାଇଁ ସ୍ୟାଟ ଲାଇଟ ରେ ଅଧିକ ନିଆଁ ଲାଗିଥିବା ଆସୁଛି । ଯେତିକି ଅଞ୍ଚଳରେ ନିଆଁ ଲାଗିଛି ତାର ୯୮ ପ୍ରତିଶତ କୁ ଅନୁଧ୍ୟାନ କରୁଛୁ । ବିଶେଷ କରି ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତିର ସହଯୋଗ ନିଆ ଯାଉଛି । ଆଧୁନିକ ପ୍ରଣାଳୀ ରେ ନିଆଁ କୁ ଆୟତ୍ତ କରାଯାଉଛି । ଗତକାଲି ମୁଖ୍ୟ ଶାସନ ସଚିବ ବୈଠକ କରିଛନ୍ତି । ଯେଉଁ ମାନେ ଜଙ୍ଗଲ ଭିତରେ ପଶି ନିଆଁ ଲଗାଉ ଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯାଉଛି । ଯେଉଁମାନେ ଜଙ୍ଗଲ ରେ ବୁଲାବୁଲି କରୁଛନ୍ତି ଯାହା ଉପରେ ସନ୍ଦେହ ହେଉଛି ତାଙ୍କ ଉପରେ ନଜର ରଖା ଯାଉଛି ।