ରାଇରଙ୍ଗପୁର : ରାଇରଙ୍ଗପୁର ବସ ଷ୍ଟାଣ୍ଡରୁ ଏକ ଘରୋଇ ବସରୁ ବେଆଇନ ୧୩.୫ ଲିଟର ବିଦେଶୀ ମଦ ଅବକାରୀ ବିଭାଗ ଦ୍ୱାରା ଜବତ । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବସଷ୍ଟାଣ୍ଡରୁ ଏକ ଘରୋଇ ବସରୁ ୧୩.୫ଲିଟର ଦେଶୀ ମଦ ଅବକାରୀବିଭାଗ ତରଫରୁ ଜବତ ସହ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।ସୂଚନାଅନୁସାରେ ମୟୂରଭଂଜ ଜିଲ୍ଲା ଅବକାରୀ ସୁପରିଣ୍ଟେଡେଣ୍ଟ ଅଶୋକ ସେଠିଙ୍କ ନିର୍ଦ୍ଦେଶ କ୍ରମେ କୌଣସି ସୂତ୍ରରୁ ରାଇରଙ୍ଗପୁର ଅବକାରୀ ବିଭାଗ ଇନସ୍ପୋଟର ଧୀରେନ ବେହେରା ରାଇରଙ୍ଗପୁର ଏବଂ ବହଳଦା ମିଳିତ ଚଢାଉ କରାଯାଇ ମଦ ଚୋରା ଚାଲାଣକାରୀକୁ ଗିରଫ କରିବା ସମେତ ମଦ ପ୍ୟାକିଙ୍ଗି ବୋତଲ ଜବତ କରାଯାଇଥିଲା । ଚୋରାମଦ ବେପାରୀକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।