ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ କାହା ଛତ୍ର ଛାୟା ତଳେ ସରକାରୀ ମଦ ଦୋକାନ? ଧାର୍ଯ୍ୟ ଦରଠାରୁ ଚଢା ଦରରେ ବିକ୍ରି କରୁଛନ୍ତି ମଦ,ଦିନ ଦ୍ବିପ୍ରହରରେ ଲୋକଙ୍କ ଆଖିରେ ଆଙ୍ଗୁଳି ଗେଂଜି ପ୍ରତେକ ଦିନ ଜନସାଧାରଣ ଙ୍କ ଠାରୁ ଲକ୍ଷାଧିକ ଟଙ୍କା ହରିଲୁଟ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି ହେଲେ ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ସୃଷ୍ଟି କରୁଛି ଅନେକ ପ୍ରଶ୍ନବାଚୀ l ସରକାର ବଦଳିଛି ହେଲେ ଏଯାଏ ଉପଖଣ୍ଡ ରୁ ଦୁର୍ନୀତି ବଦଳି ପାରିନି,ଚିରା ଚରିତ ପ୍ରଥାରେ ଚାଲିଛି ହିନ୍ଦୋଳ ଉପଖଣ୍ଡ ରେ ଦୁର୍ନୀତି l ସବୁଜାଣି ବିଭାଗୀୟ ଅଧିକାରୀ ଏଠି କୁମ୍ଭକର୍ଣ୍ଣ ନିଦ୍ରାରେ, ଏଭଳି ଘଟଣା ଉପଖଣ୍ଡ ର ବିଭିନ୍ନ ବିଭାଗରେ ହେଉଥିବା ବେଳେ ଅବକାରୀ ବିଭାଗର ଦୁର୍ନୀତି ଏବେ ସୀମା ଟପି ଯାଇଛି l ଏଭଳି ଘଟଣା ହିନ୍ଦୋଳ ଉପଖଣ୍ଡ ର ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ରେ ଦେଖିବାକୁ ମିଳିଛି, ଉପଖଣ୍ଡ ର ବିଭିନ୍ନ ମଦ ଦୋକାନରେ ନମ୍ବର -୧ ହୁସ୍କି ନିବ ର ଦାମ ୧୮୦ଟଙ୍କା ହେଲେ ଦୋକାନୀ ବିକୁଛନ୍ତି ୨୦୦ ଟଙ୍କା ରୟାଲ ଗ୍ରୀନ ୨୦୦ ଟଙ୍କା ହୋଇଥିବା ବେଳେ ବିକ୍ରୟ ହେଉଛି ୨୨୦ ଟଙ୍କା, ବିୟର କାଚ ବୋତଲ ୧୫୦ ଟଙ୍କା ପ୍ରିଣ୍ଟ ଥିବା ବେଳେ ବିକ୍ରୟ ହେଉଛି ୧୭୦ଟଙ୍କା, କେନ ବିୟର ୧୨୦ଟଙ୍କା ଥିବାବେଳେ ବିକ୍ରୟ ହେଉଛି ୧୩୦ ଟଙ୍କା l ଉପଖଣ୍ଡରେ ଥିବା ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ମାଳିକ ମାନେ ବିକ୍ରୟ କରୁଛନ୍ତି ଚଢା ଦର ରେ ଏପରିକି ଦର ଲେବଲ କୁ ଉଠାଇ ଏବଂ ବିନା ରସିଦରେ ବିକ୍ରି କରୁଛନ୍ତି ସବୁ ମଦ l ଏ ବିଷୟ ରେ ଅବକାରୀ ବିଭାଗ ସବୁଜାଣି ସମସ୍ତେ ଚୁପ, ରାଜ୍ୟରେ ୧୦୩୦ ଠିପି ବନ୍ଦ ଦୋକାନ ଥିବା ବେଳେ ବହୁତ ବିୟର ବାର ଦୋକାନ ଅଛି, ଯେଉଁମାନେ ଲାଇସେନ୍ସ ପାଇଛନ୍ତି ସେମାନଙ୍କୁ ଅବକାରୀ ବିଭାଗ ହାତକାଟି ଲେଖି ଦେଇଛି ଗ୍ରାହକ ଙ୍କ ଠାରୁ ୧ ପଇସା ବି ଅଧିକ ନେଇପାରିବେ ନାହିଁ, ଯଦି ନେବେ ତାହେଲେ ୧ ଲକ୍ଷ୍ୟ ୫୦ ହଜାର ଟଙ୍କା ଜରିମନା ଗଣିବେ, ହେଲେ ଦୋକାନୀ ମାନେ ଏହି ନିୟମ ମାନୁଛନ୍ତି କି ନାହିଁ ଅବକାରୀ ବିଭାଗ ପାଖରେ ଖବର ନାହିଁ। lହିନ୍ଦୋଳ ଉପଖଣ୍ଡ ରେ ଥିବା ମଦ ଦୋକାନୀ ମାନେ ଏହି ନିୟମ ମାନୁ ନାହାନ୍ତି, ସବୁ ନିୟମ କୁ ଦଳି ମକଚି ବେପାର କରୁଛନ୍ତି, ବୋତଲ ପିଛା ୨୦ରୁ ୩୦ ଟଙ୍କା ଅଧିକ ନେଉଛନ୍ତି, ନିୟମ କହୁଛି ଲାଇସେନ୍ସ ପାଇଥିବା ଦୋକାନୀ ଲାଇସେନ୍ସ ଫଟୋ, ଓ ମଦର ଦର ତାଲିକା ଦୋକାନ ସାମ୍ନାରେ ଲଗାଇବା ଲଗାଇବା ପାଇଁ ବାଧ୍ୟ, ଏହି ନିୟମ କୌଣସି ମଦ ଦୋକାନୀ ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ, ହେଲେ ଏହି ନିୟମ ଚୁଲିକୁ ଯାଇଛି ନିଜ ନିୟମରେ ମନଇଛା ଦରରେ ବିକୁଛନ୍ତି ଉପଖଣ୍ଡ ର ବିଭିନ୍ନ ମଦ ଦୋକାନୀ ମାନେ l ଯଦି କେହି ଗ୍ରାହକ ବିଲ ମାଗୁଛି କିମ୍ବା ପ୍ରତିବାଦ କରୁଛି ମଦ ଦୋକାନୀ ମାନେ ଖରାପ ବ୍ୟବହାର କରିବା ସହିତ ମାରପିଟ କରୁଥିବା ଦେଖିବାକୁ ମିଳୁଛି l ନିଜର ସମ୍ନlନ ଭୟରେ ଗ୍ରାହକମାନେ ପାଟି ଖୋଲିବାକୁ ସାହସ କରି ପାରୁନାହାନ୍ତି lସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଲା ଚଢା ଦରରେ ମଦ ବିକ୍ରି ବିଷୟରେ ଅବକାରୀ ବିଭାଗ ସବୁ ଜାଣିଛନ୍ତି।ହେଲେ ଏବିଷୟରେ କେହି ମୁହଁ ଖୋଲୁନାହାନ୍ତି କି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି, ଉପଖଣ୍ଡ ର ସମସ୍ତ ମଦଦୋକାନ ରେ ଚଢା ଦରରେ ମଦ ବିକ୍ରୟ ହେଉଥିବା ବେଳେ ଖଜୁରିଆକଟା ଜନଗହଳି ପୁର୍ଣ ଅଞ୍ଚଳ ରେ ଗୋଟିଏ ଠିପି ବନ୍ଦ ଵେଦେଶୀ ମଦ ଦୋକାନ ଓ ଗୋଟିଏ ବିଅର ବାର ରହିଥିବା ବେଳେ ହିନ୍ଦୋଳ ସମେତ ସମସ୍ତ ମଦ ଦୋକାନରେ ଗୋଟିଏ ମଦ ନିବ ପିଛା ଠିପି ବନ୍ଦ ମଦ ଦୋକାନ ଟି ପ୍ରିଣ୍ଟ ରେଟ ଠାରୁ ୨୦ ଟଙ୍କା ଅଧିକ ନେଉଥିବା ବେଳେ ବିୟର ବାରଟି ବିୟରର ମୂଲ୍ୟ ପ୍ରିଣ୍ଟ ରେଟ ଠାରୁ ୪୦ ଟଙ୍କା ଅଧିକ ନେଉଥିବା ଦେଖିବାକୁ ମିଳିଛି lକିଛି ଗ୍ରାହକ ଅଭିଯୋଗ କରିଲେ ମଧ୍ୟ ଦୋକାନ ରେ ଥିବା ସେଲ୍ସମ୍ୟାନ ମାନେ ଇଚ୍ଛା ହେଲେ ମଦ କିଣ ନହେଲେ ଦୋକାନ ସାମ୍ନାରୁ ଚାଲିଯାଅ ଧମକ ଦେଉଥିବା ଦେଖିବାକୁ ମିଳୁଛି, ରସିଦ ମାଗିଲେ ସେମାନଙ୍କ ଠାରୁ ବିଭିନ୍ନ ପ୍ରକାର ଧମକ ମିଳୁଥିବା ଦେଖିବାକୁ ମିଳୁଛି, ଏଥିରୁ ସ୍ପଷ୍ଟ ଜଣାପଡେ ଚଢ଼ା ଦରରେ ବିକ୍ରି କରିବା ପଛରେ ଅବକାରୀ ବିଭାଗ ର ହାତ ରହିଛି, ଏ ସମ୍ପର୍କ ରେ ଢେଙ୍କାନାଳ ଅବକାରୀ ବିଭାଗ ଅଧିକାରୀ ସୀତାରାଣୀ ପଟାୟତଙ୍କୁ ଯୋଗାଯୋଗ କରିବାରେ ସେ କୁହନ୍ତି ମଦ ର ରେଟ ବଢିଛି ସେମାନେ ଦଶ ଟଙ୍କା ଅଧିକ ନେଉଛନ୍ତି ଅଧିକ ଡର ନେଉଥିବା ଦୋକାନୀ ମାନଙ୍କ ବିରୁଦ୍ଧରେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ ଭଳି ବିଭ୍ରାନ୍ତି କର ମନ୍ତବ୍ୟ ଦେଉଥିବା ଜଣାପଡିଛି l ତେବେ ଦେଖିବାକୁ ବାକି ରହିଲା କେବେ ଅବକାରୀ ବିଭାଗର ନିଦ ଭାଙ୍ଗିବ, ଆଉ କେବେ ମଦ ଦୋକାନୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।