(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଭାରତ ସରକାରଙ୍କ ‘ବନ୍ଦେ ଭାରତ ମିଶନ’ ଜରିଆରେ ଆସନ୍ତା ୧୪ ତାରିଖ ଦୁବାଇରୁ ଭୁବନେଶ୍ଵରକୁ ଆସିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ପ୍ରଥମ ବିମାନ । ଏହି ସ୍ବତନ୍ତ୍ର ବିମାନରେ ପ୍ରାୟ ୨୦୦ ପ୍ରବାସୀ ଆସିବେ ବୋଲି ଜଣାପଡିଛି । ପ୍ରବାସୀ ଭାରତୀୟ ଓ ୟୁଏଇରେ ଥିବା ଓଡ଼ିଶା ସମାଜର ପ୍ରୟାସରେ ଏହି ବିମାନ ୨୦୦ ଯାତ୍ରୀଙ୍କୁ ଦୁବାଇରୁ ଫେରାଇ ଆଣିବାକୁ ବ୍ୟବସ୍ଥା ହୋଇଥିବା ଜଣାପଡିଛି । ପ୍ରବାସୀ ଭାରତୀୟ ଓ ଟଇଋରେ ଥିବା ଓଡ଼ିଶା ସମାଜର ପ୍ରୟାସରେ ଏହି ବିମାନ ୧୭୯ ଯାତ୍ରୀଙ୍କୁ ଦୁବାଇରୁ ଫେରାଇ ଆଣିବାକୁ ବ୍ୟବସ୍ଥା ହୋଇଥିବା ଟଇଋର ଏକ ଗଣମାଧ୍ୟମ ସଂସ୍ଥା ଖଲିଜ ଟାଇମର ୱେବସାଇଟରେ ଖବର ପ୍ରକାଶ ପାଇଛି । ଏହି ମିଶନ୍ ଜରିଆରେ ଦୁବାଇରୁ ଭୁବନେଶ୍ୱରକୁ ୧୪ରେ ଉଡ଼ିବାକୁ ଥିବା ପ୍ରଥମ ଫ୍ଲାଇଟ ବାବଦରେ ଭାରତୀୟ ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଥିବା ଖଲିଜ ଟାଇମ ଲେଖିଛି । ତେବେ ଏନେଇ ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।