ଫାଇଜର ବଟିକାକୁ ମିଳିଲା ମଞ୍ଜୁରୀ 

ଆମେରିକାର ଫାର୍ମା କମ୍ପାନୀ ଫାଇଜର ଦ୍ୱାରା ପ୍ରସ୍ତୁତ କୋଭିଡ ବଟିକାକୁ ମିଳିଲା ମଞ୍ଜୁରୀ

ୱାଶିଂଟନ: ଆମେରିକାର ଫାର୍ମା କମ୍ପାନୀ ଫାଇଜର ଦ୍ୱାରା ପ୍ରସ୍ତୁତ କୋଭିଡ ବଟିକାକୁ ମିଳିଲା ମଞ୍ଜୁରୀ । ଫାଇଜରର ବଟିକା ‘ପାକ୍ସଲୋଭିଡ’କୁ ମଞ୍ଜୁରି ଦେଇଛି ଦେଶର ଔଷଧ ନିୟାମକ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏଫ୍ଡିଏ) ।କୋରୋନା ସଂକ୍ରମିତ ଅସୁସ୍ଥ ହୋଇ ପଡିଲେ ହସ୍ପିଟାଲରେ ଭର୍ତ୍ତି ନହୋଇ ଏହି ବଟିକା ଦ୍ୱାରା ସୁସ୍ଥ ହୋଇ ପାରିବେ ।

FDA Action Alert: Y-mAbs, Vanda, Alnylam and BioCryst | BioSpace
ଗତ ସପ୍ତାହରେ ଫାଇଜର ପକ୍ଷରୁ ଏହି ବଟିକା ପାଇଁ ଫଳାଫଳ ରିପୋର୍ଟ ପ୍ରକାଶ କରିଥିଲା । ହସ୍ପିଟାଲରେ ଭର୍ତ୍ତି ହେବା ଏବଂ କୋରୋନା ମୃତ୍ୟୁକୁ ୮୯% କମାଇବା ଦିଗରେ ସହାୟକ ହୋଇ ପାରୁଛି । କରୋନା ଲକ୍ଷଣ ଦେଖାଦେବାର କିଛି ଦିନ ମଧ୍ୟରେ ଏହାକୁ ସେବନ କରାଯାଇ ପାରିବ । ପ୍ରଥମ ଲକ୍ଷଣ ଦେଖାଦେବା ପରେ ଯଦି ଏହାକୁ ରୋଗୀକୁ ଦିଆଯାଏ, ତେବେ ସଂକ୍ରମଣ ଉପରେ ପ୍ରଭାବ ୮୮% ରହିବ ବୋଲି କମ୍ପାନି ଦାବି କରିଛି ।ଏ ବାବଦରେ ଫାଇଜର୍ ଅଧ୍ୟକ୍ଷ ତଥା ସିଇଓ ଆଲ୍ବର୍ଟ ବୁର୍ଲା କହିଛନ୍ତି, ମହାମାରୀକୁ ମୂଳୋତ୍ପାଟନ କରିବାରେ ବିଜ୍ଞାନ କିଭଳି ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି, ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ପାକ୍ସଲୋଭିଡ୍ ବଟିକା । ଦୁଇବର୍ଷ ଧରି କରୋନା ମହାମାରୀ ମାନବଜାତିକୁ ଅସ୍ତବ୍ୟସ୍ତ କରିପକାଇଛି । ଏହି ସଦ୍ୟ ଥେରାପି ଦ୍ୱାରା ମହାମାରୀର ପ୍ରଭାବକୁ ରୋକାଯାଇ ପାରିବ । କରୋନା ମୃତ୍ୟୁକୁ ରୋକାଯାଇ ପାରିଲେ ମହାମାରୀ ଆପେ ନିଷ୍ପ୍ରଭ ହୋଇଯିବ । ଏବେ ସରକାରଙ୍କ ଅନୁମତି ମିଳିବା ପରେ ରୋଗୀଙ୍କ ହାତପାହାନ୍ତାରେ ଏହି ଔଷଧକୁ ପହଞ୍ଚାଇବା ପାଇଁ ଫାଇଜର୍ ପ୍ରଚେଷ୍ଟା କରିବ ବୋଲି ବୁର୍ଲା କହିଛନ୍ତି ।ଅନ୍ୟପକ୍ଷରେ ଆମେରିକାର ଆଉଏକ ଫାର୍ମା କମ୍ପାନି ମର୍କ ମଧ୍ୟ ଏକ କୋଭିଡ ବଟିକା ବିକଶିତ କରିଛି । ଏଫ୍ଡିଏ ଅନୁମୋଦନ ପାଇବା ଲାଗି ଏହା ଆବେଦନ କରିଛି । ଉଭୟ ଫାଇଜର ଓ ମର୍କ ଏକସମୟରେ ଆବେଦନ କରିଥିଲା ବେଳେ ପ୍ରଥମେ ଫାଇଜର୍କୁ ସବୁଜ ସଂକେତ ମିଳିଛି । ଏଫ୍ଡିଏର ଉପଦେଷ୍ଟାମାନେ ୧୩-୧୦ ଭୋଟ୍ରେ ଫାଇଜର ବଟିକା ପାକ୍ସଲୋଭିଡ୍କୁ ଅନୁମୋଦନ ଦେଇଛନ୍ତି ।