ଭୋପାଳ ଦିଲ୍ଳୀ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସା ନିଆଁ

0

ଭୋପାଳ: ଭୋପାଳରୁ ଯାଉଥିବା ବନ୍ଦେ ଭାରତ ଟ୍ରେନରେ ଲାଗିଲା ନିଆଁ । ଆଜି ସକାଳେ ଦିଲ୍ଲୀ ଯାଉଥିବା ବନ୍ଦେଭାରତ ଟ୍ରେନ ରାଣୀ କମଲାପତୀ ଷ୍ଟେସନରୁ ଛାଡିବା ପରେ ବୀଣା ଷ୍ଟେସନ ନିକଟରେ ପହଞ୍ଚିଥିଲା । ପହଞ୍ଚିବାର ପରେ ସି-୧୪ କୋଚରେ ନିଆଁ ଲାଗିଥିଲା । ମିଳିଥିବା ସୂଚନା ଅନୁସାରେ ବ୍ୟାଟେରି ସ୍ପାର୍କ ହେବାରୁ ୧୪ ନମ୍ବର କେଚରେ ନିଆଁ ଲାଗଥିଲା ଦେଖିବାକୁ ମିଳିଥିଲା । ନିଆଁ ଲାଗିବା ପରେ ଟ୍ରେନ୍ କୁରୱାଇ କୈଥୋରା ଠାରେ ରହିଥିଲା । ତେବେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି କାର୍ୟ୍ୟ ଆରମ୍ଭ କରିବା ପରେ ନିଆଁକୁ ଆୟତ୍ତ କରିଛନ୍ତି।

ଟ୍ରେନ୍ ନମ୍ବର ୨୦୧୭୧ ବନ୍ଦେ ଭାରତ ଏକ୍ସପ୍ରେସ ସକାଳ ୫.୪୦ ରେ ଭୋପାଳର ରାଣୀ କମଲାପତି ଷ୍ଟେସନରୁ ହଜରତ ନିଜାମୁଦ୍ଦିନ ଅଭିମୁଖେ ଯାତ୍ରା କରିଥିଲା। ବୀଣା ପୂର୍ବରୁ ସକାଳ ପ୍ରାୟ ୭.୧୦ ସମୟରେ ହଠାତ୍ କୁରୱାଇ କୈଥୋରା ଷ୍ଟେସନ ନିକଟରେ ଟ୍ରେନର ସି-୧୪ କୋଚ୍ ତଳେ ଧୂଆଁ ବାହାରି ନିଆଁ ଲାଗିଯାଇଥିଲା। ନିଆଁ ଦେଖିବା ପରେ ଟ୍ରେନ୍ ଅଟକିଥିଲା।