ଇଣ୍ଡିଆନ ଅଏଲ କର୍ପୋରେସନ ଭିତରେ ଅଗ୍ନିକାଣ୍ଡ

କୋଲକାତା: ପଶ୍ଚିମବଙ୍ଗର ହଲଦିଆସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି) ପରିସରରେ ଭୀଷଣ ଅଗ୍ନିକାଣ୍ଡ। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡର ସୂଚନା ପାଇଁ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି ।
ହଲଦିଆରେ ଥିବା ଇଣ୍ଡିଆନ ଅଏଲ କର୍ପୋରେସନର ପ୍ଲାଣ୍ଟରେ ଏହି ଅଗ୍ନିକାଣ୍ଡ ଘଟିଛି। ଆହତଙ୍କୁ ଇଣ୍ଡିଆନ ଅଏଲ କର୍ପୋରେସନର ହସ୍ପିଟାଲ ଓ କୋଲକାତା ପୋର୍ଟ ଟ୍ରଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ଅଏଲ କର୍ପୋରେସନ ଭିତରେ ଏକ ମକ୍ ଡ୍ରିଲ୍ ଆୟୋଜନ କରାଯାଉଥିଲା। ମକ୍ ଡ୍ରିଲ୍ ପରେ ଏକ ପ୍ଲାଣ୍ଟରେ ସଟଡାଉନ କାମ ଚାଲିଥିଲା। ତେବେ ଡ୍ରିଲିଂ ସମୟରେ ବିସ୍ଫୋରଣ ଘଟିଥିବା ସୂଚନା ରହିଛି ।