ବାପାଙ୍କୁ କଣ କହିଥିଲେ ସୌମ୍ୟାଶ୍ରୀ ଜାଣନ୍ତୁ..

ଭୁବନେଶ୍ୱର; ଜୀବନ ଯୁଦ୍ଧରେ ହାରି ସିନା ଗଲେ ସୌମ୍ୟାଶ୍ରୀ । କିନ୍ତୁ ସାରଙ୍କ ସତକୁ ପଦାକୁ ଆଣିଛନ୍ତି । ବାପାଙ୍କ ଆକଟ ପରେ ବି ମୁହଁ ଖୋଲିଥିଲେ ସୌମ୍ୟାଶ୍ରୀ । ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ, ଅନେକଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ମଧ୍ୟ କେହି ତାଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ । ନିର୍ଯାତନା ସହି ସହି ବଞ୍ଚୁଥିବା ସୋମ୍ୟାଶ୍ରୀ ଶେଷରେ ନେଇଗଲେ ବଡ ନିଷ୍ପତି ।

ପେଟ୍ରୋଲ ଢାଳି ହୋଇ ଆତ୍ମହୁତୁ ଦେଇଦେଲେ । ଆଉ ଜୀବନ ସହ ଲଢି ଲଢି ଆଖିବୁଝିଲେ । ଏହାପରେ ରାଜ୍ୟରେ ଏବେ ସୌମ୍ୟାଶ୍ରୀ ନିଆଁ । ବିଜେଡି କଂଗ୍ରେସ ସରକାରଙ୍କୁ ଘେରିବା ସହ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ସେପଟେ ପଟ୍ରୋଲ ଢାଳି ହେବା ପୂର୍ବରୁ ବାପାଙ୍କୁ କଣ କହିଥିଲେ ସୌମ୍ୟାଶ୍ରୀ ଜାଣନ୍ତୁ..

ବାପା ମୁଁ ଥକି ଗଲିଣି ।ମୋର ଗୋଟେ ବ୍ୟାକ୍ ଲାଗିଯାଇଛି। ଆଉ ସାର୍ ବି କହୁଛନ୍ତି ମୋତେ ୬ ବର୍ଷ କଲେଜରେ ରଖିଦେବେ। ମୋତେ ନିର୍ଯାତନା ଦେଉଛନ୍ତି ସାର୍ । ଆଉ କହୁଛନ୍ତି ମୋତେ ଫେଭର ଦରକାର । ବାପା- ଝିଅ ସାର୍ ବିଷୟରେ ଏମିତି କୁହନ୍ତନି।ସେ ଯେତେ ହେଲେ ବି ତୋ ସାର୍  ରାଜନୀତିକୁ ଯାଆନି, ପାଠ ପଢେ।

ଝିଅ- ନା ବାପା ମୋତେ ନ୍ୟାୟ ଦରକାରସାର୍ ମାନେ ଚାଲାକ୍ , ମୋ ବିରୋଧରେ ଷଡଯନ୍ତ୍ର କରୁଛନ୍ତି। ବାପା ଆମେ ଥାନାରେ fir ଦେବା।

ବାପା- ନାରେ ଝିଅ ସେ କଥା ମୁଣ୍ଡରେ କାଢି ଦେବାପା ଝିଅକୁ ଆକଟ କରିଥିଲେ। ମୁଁ ତୋତେ ଗୁରୁ୍ଙ୍କୁ କିଭଳି ସମ୍ମାନ ଦିଅନ୍ତି ଶିଖାଇଛି।ସାର୍ ମାନେ ତୋର କେବେ ଖରାପ ଚାହାଁନ୍ତି ନାହିଁତୋର ବୋଧେ ବୁଝିବାରେ ଭୁଲ ହୋଇଛି।

ଝିଅ- ନାଁ ବାପା ଏମାନେ ବହୁତ ଚାଲାକ୍।କେଉଁ ମୁହୁର୍ତ୍ତରେ ବି ବିପଦ ଆଣି ପାରନ୍ତି। ବାପା ମୁଁ ମାନସିକ ସ୍ତରରେ ଦୁର୍ବଳ ହୋଇଯାଇଛି।ମୋତେ ତମ ସପୋର୍ଟ ଦରକାର।କିନ୍ତୁ ବାପା ସାର୍ ଯାହା କରନ୍ତି ଭଲ ପାଇଁ କରନ୍ତି।ବାପା ସମୀର ସାର୍ ମୋ ବିରୋଧରେ ଅନେକ ପିଲାଙ୍କୁ ଖରାପ କଥା କହୁଛନ୍ତି।ସେଥିପାଇଁ ପିଲା କହୁଛନ୍ତି ମୁଁ ଦୋଷୀ ସାର୍ ନିର୍ଦ୍ଦୋଶ।

କିନ୍ତୁ ବାପା ଦେଇଥିଲେ ଆଶ୍ୱସନା।କିନ୍ତୁ ଝିଅ ଜିଦରେ ରହି ନ୍ୟାୟ ପାଇଁ ଲଢେଇ କଲେ।ଆଉ କେହି ନଶୁଣିବାରୁ ଆତ୍ମହୁତି ଦେଲେ।ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ
ଏବେ ରାଜ୍ୟରେ ଚାଲିଛି ରାଜନୀତି।