ଟ୍ରେନରେ କୁଖ୍ୟାତ ଲୁଟେରା ସହ ଲଢ଼ି ସାହସର ପରିଚୟ ଦେଲେ ମହିଳା ଯାତ୍ରି

ଭୁବନେଶ୍ୱର : ଭୁବନେଶ୍ଵର ଷ୍ଟେସନରେ ଚଳନ୍ତା ଟ୍ରେନରେ କୁଖ୍ୟାତ ଲୁଟେରା ସହ ଲଢ଼ି ଅଦମ୍ୟ ସାହସର ପରିଚୟ ଦେଇଛନ୍ତି ଜଣେ ମହିଳା ଯାତ୍ରି । ରକ୍ତାତ ହୋଇ ବି ମହିଳା ଜଣଙ୍କ ଲଢ଼େଇରୁ ପଛଘୁଞ୍ଚା ନ ଦେବାରୁ ଶେଷରେ ରେଳବାଇ ପୁଲିସର ମୋଷ୍ଟ ୱାଣ୍ଡେଡ୍ ଲୁଟେରା ଆଦିତ୍ୟ ରାଓ ଧରାପଡିଛି l ଚଳନ୍ତା ଟ୍ରେନର୍ ଲୁଟେରା ଯାତ୍ରୀମାନଙ୍କୁ ଲୁଟି ଚମ୍ପଟ ମାରୁଥିବା ଆଦିତ୍ୟକୁ ପୁଲିସ ବହୁ ଦିନ ହେଲା ଖୋଜୁଥିବା ବେଳେ ଆଜି ଆଦିତ୍ୟ ରାଓ ଧରାପଡଇଛି l

ସୂଚନାନୁଯାୟୀ ଗତକାଲି ଭଦ୍ରକ ବନ୍ତ ଅଞ୍ଚଳର ଉଷାରାଣୀ ଦାସ ଖୋର୍ଦ୍ଧା ଯିବା ପାଇଁ କଟକ ରେଳ ଷ୍ଟେସନରୁ କଳିଙ୍ଗ ଉତ୍କଳ ଏକ୍ସପ୍ରେସରେ ଉଠିଥିଲେ। ଅପରାହ୍ନ ପ୍ରାୟ ୧ଟା ବେଳେ ଟ୍ରେନ୍‌ଟି ଭୁବନେଶ୍ୱର ଷ୍ଟେସନରେ କିଛି ସମୟ ରହି ପୁଣି ଛାଡ଼ିଥିଲା। ଏତିକିବେଳେ ଅଚାନକ ଲୁଟେରା ଆଦିତ୍ୟ ଉଷାରାଣୀଙ୍କ ଭ୍ୟାନିଟି ବ୍ୟାଗକୁ ଝାମ୍ପିନେବାକୁ ଚେଷ୍ଟା କରିଥିଲା। ଏହି ବ୍ୟାଗରେ ବ୍ୟାଙ୍କ ପାସବୁକ୍, ଆଧାର କାର୍ଡ ଓ କିଛି ଗୁରୁତ୍ବପୂର୍ଣ୍ଣ କାଗନପତ୍ର ଥିଲା ତେଣୁ ଉଷାରାଣୀ ବ୍ୟାଗ୍ ପ୍ରତି ବେଶ୍ ସତର୍କ ଥିଲେ । ଆଦିତ୍ୟ ଜୋର ଲଗାଇ ବ୍ୟାଗଟିକୁ ଭିଡ଼ିଥିଲେ ବି ଉଷାରାଣୀଙ୍କ ହାତରୁ ବ୍ୟାଗ୍ ଖସିନଥିଲା । ଏମିତିରେ ଭିଡ଼ାଟଣା ଭିତରେ ଉଷାରାଣୀ ବଗିର ଡୋର ପାଖକୁ ଚାଲି ଆସିଥିଲେ l ତଥାପି ଉଷାରାଣୀ ବ୍ୟାଗ୍ ନ ଛାଡ଼ିବାରୁ ଆଦିତ୍ୟ ତାଙ୍କୁ ମାଡ଼ ମାରିବା ସହ ଟ୍ରେନ୍ ବାହାରକୁ ପ୍ଲାଟଫର୍ମକୁ ଠେଲି ଦେଇଥିଲେ l ଫଳରେ ଉଷାରାଣିଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଆଦିତ୍ୟ ତଳକୁ ଡେଇଁ ପୁଣି ତାଙ୍କ ହାତରୁ ଭ୍ୟାନିଟି ଛଡ଼ାଇବାକୁ ଚେଷ୍ଟା କରିଥିଲା।

ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ମଧ୍ୟ ଉଷାରାଣି ଭ୍ୟାନିଟି ଛାଡ଼ି ନ ଥିଲେ। ବଡ଼ କଷ୍ଟରେ ଉଠି ପୁଣି ଆଦିତ୍ୟ ସହ ପୁଣି ଲଢ଼େଇ କଲେ। ଆଦିତ୍ୟର ମାଡ଼ରେ ତାଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ହୋଇସାରିଥିଲା । ପ୍ଲାଟଫର୍ମରେ କିଛି ଲୋକ ସବୁ ଦେଖୁଥିଲେ ବି ଉଷାରାଣୀଙ୍କୁ ସାହାଯ୍ୟ କରିବାକୁ କେହି ଆଗକୁ ଆସିନଥିଲେ ଶେଷରେ କୁଖ୍ୟାତ ଲୁଟେରା ଆଦିତ୍ୟ ଧାରା ପଡିଥିଲା l