ପୁଅ କାଠ ଫାଳିଆ ମାଡ଼ରେ ବାପାର ମୃତ୍ୟୁ

ପୁରୀ : ଗୋପ ବ୍ଳକ ବଡଗାଁ ପଞ୍ଚାୟତରେ ପୁଅର କାଠଫାଳିଆ ମାଡରେ ବାପର ମୃତ୍ୟୁ। ବାପାଙ୍କୁ ଭତ୍ତା ଟଙ୍କା ମାଗିବା ପରେ ବାପା ଟଙ୍କା ନ ଦେବାରୁ ପୁଅ ସୁକାନ୍ତ ଭୋଇ ରାଗିଯାଇ ଏକ କାଠଫାଳିଆ ଧରି ବାପା ସର୍ବେଶ୍ଵର ଭୋଇଙ୍କୁ ବାଡେଇ ଥିଲେ । ଫଳରେ ବାପା ସର୍ବେଶ୍ବର ଘଟଣା ସ୍ଥାନରେ ମୃତ୍ୟୁ ବରଣ କରିଥିଲେ। ଖବର ପାଇଁ ରାମଚଣ୍ଡୀ ଥାନା ଅଧିକାରୀ ସୁରେଶ କୁମାର ପୁଷ୍ଟି ଘଟଣା ସ୍ଥାନରେ ପହଞ୍ଚି ଶବକୁ ଜବତ କରିବା ସହ ପୁଅ ସୁକାନ୍ତ ଭୋଇଙ୍କୁ ଗିରଫ କରି ତଦନ୍ତ ଚଳାଇଛନ୍ତି ।