ଝିଅର ମରଶରୀରକୁ ଟ୍ରଲିରେ ବୋହିଲେ ବାପା

ବାଲେଶ୍ୱର;-ଝିଅର ଶରରୀର ଟ୍ରଲିରେ ବୋହିଲେ ବାପା । ଏଭଳି ଦୁଃଖ କେଉଁ ବାପାକୁ ଭଗବାନ ଦିଅନ୍ତୁ ନାହିଁ । କଥାରେ ଅଛି ପରା ଗୋଟିଏ ବାପା ପାଇଁ ପୁଅଠାରୁ ଅଧିକ ଝିଅର ଗୁରୁତ୍ୱ ରହିଥାଏ । କାରଣ ବାପା ଖାଇବା ଠାରୁ ଆରମ୍ଭ କରି ଦେହ ଅସୁସ୍ଥ ହେଲେ ପାଖେପାଖେ ରହି ସେବା କରିଥାଏ । ଆଉ ସବୁବେଳେ ବାପାର ଗେହ୍ଲି ଝିଅ ହୋଇରୁହେ । କିନ୍ତୁ ଯଦି ଝିଅର ମରଶରୀରକୁ ବାପା ନିଜେ ବୁହାଇବେ, ସେତେବେଳେ ଭାବି ପାରୁଥିବେ ବାପା ସହ କଣ ଘଟୁଥିବ । ଏମିତି କହିବାର କାରଣ ହେଉଛି, ଜଣେ ବାପା ତା ଝିଅର ମରଶରୀରକୁ ଟ୍ରଲିରେ ବୁହାଇ ନେଉଛନ୍ତି । କାରଣ ତାଙ୍କ ପାଖରେ ନାହିଁ ଅର୍ଥ । ଯାହାଫଳରେ ବାଧ୍ୟ ହୋଇ ଟ୍ରଲିରେ ନେବାକୁ ପଡିଛି । ସୂଚନାମୁତାବକ, ଝିଅ ଚାଲିଯିବାପରେ ଝିଅର ଶରରୀକୁ ପୋଲିସ ଜବତ କରିଥିଲା । କିନ୍ତୁ ବ୍ୟବଚ୍ଛେଦ ପାଇଁ ନେବାକୁ ପରୋବାର ଲୋକଙ୍କୁ କହିଦେଇ ପୋଲିସ ଚାଲିଗଲା । ହେଲେ ଗରିବ ବାପା ପାଖରେ ଟଙ୍କା ନଥିବାରୁ ଆମ୍ବୁଲାନ୍ସ ଆଣିପାରିଲେ ନାହିଁ । ଶେଷରେ ଗାଁରୁ ଜଣଙ୍କତ ଟ୍ରଲି ମାଗିଆଣି ଝିଅର ମୃତଦେହକୁ ୬କିମି ବୋହି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ପଡିଲା । ଏଭଳି ହୃନ୍ଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳରୁ । ତେବେ ଦେଉଳ ପଞ୍ଚାୟତ ବିନ୍ଧାଣୀ ସାହିର ମଧୁ ବିନ୍ଧାଣୀଙ୍କ ଝିଅ ନନ୍ଦିନୀ ଆତ୍ମହତ୍ୟା କରିଥିଲେ । ଖବର ପାଇ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବଦ କରିବା ପରେ ବ୍ୟବଚ୍ଛେଦ ପାଇଁ ପରିବାର ଲୋକଙ୍କୁ ଦାୟିତ୍ବ ଦେଇ ଚାଲିଯାଇଥିଲା । ତେବେ ମଧୁ ଅତ୍ୟନ୍ତ ଗରୀବ ହୋଇଥିବାରୁ ଆମ୍ବୁଲାନ୍ସରେ ଶବ ନେବା ସମ୍ଭବ ହୋଇନଥିଲା । ଶେଶରେ ଟ୍ରଲି ଝିଅର ଶବକୁ ବୋହି ଡାକ୍ତରଖାନା ପର୍ୟ୍ୟନ୍ତ ନେଇଥିଲେ ମଧୁ ବିନ୍ଧାଣୀ । ଘଟଣା ସାମ୍ନାକୁ ଆସିବା ପରେ ବାଲିଆପାଳ ପୋଲିସର କାର୍ୟ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।