ବସ୍ତା;-(ଅଜିତ ସାହୁ ) ବସ୍ତା ଥାନା ଗଙ୍ଗା ଧରପୁର ନିକଟରେ ଦୁର୍ଘଟଣା। ଦୁର୍ଘଟଣାରେ ବାପ ପୁଅ ଗୁରୁତର। ସୂଚନା ମୁତାବକ ସିଂଲା ଥାନା ଗମ୍ଭାରିଆ ଗ୍ରାମର ସୁଦାମ ଚରଣ ନାୟକ ତାଙ୍କର ୭୫ ବର୍ଷୀୟ ବୃଦ୍ଧ ବାପାକୁ ନେଇ ଚିକିତ୍ସା ପାଇଁ ଜଳେଶ୍ୱର ଯାଉଥିବା ବେଳେ, ଗଙ୍ଗାଧରପୁର ନିକଟରେ OD 01G 1832 ନମ୍ବର ବିଶିଷ୍ଟ ଏକ ଘରୋଇ କାର ଅତି ବେପରୁଆ ଭାବେ ଦୃତ ଗତିରେ ଆସି ବାଇକ୍ କୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଉଭୟ ବାପପୁଅ ଛିଟିକି ପଡିଥିଲେ। ସ୍ଥାନୀୟ ଲୋକ ଉଦ୍ଧାର କରି ସ୍ଥାନୀୟ ପାଉଁଶକୁଲି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ପ୍ରାଥମିକ ଚିକିତ୍ସା କରା ଇଥିବା ବେଳେ, ଉକ୍ତ ଗାଡିଟି ବେପରୁଆ ଓ ଦୃତ ଗତିରେ ଯାଉଥିବାରୁ ସିଂଲା ଥାନା ଜାମସୁଳି ନିକଟରେ ସ୍ଥାନୀୟ ଲୋକେ କାର ସହିତ ଡ୍ରାଇଭର କୁ ଅଟକ ରଖିଥିଲେ। ଖବର ପାଇ ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।