ହିନ୍ଦୁ ମୁସଲିମ ଭାଇଚାରାରେ ଚାଲିଛି ରୋଜା

ସାଲେପୁର : ଏବେ ଚାଲିଛି ମୁସଲମାନ ମାନଙ୍କ  ରୋଜା ମାସ । ଦୀର୍ଘ ଏକ ମାସ ଧରି  ନିଷ୍ଠାପର ଭାବେ ଦିନରେ ସଂପୂର୍ଣ୍ଣ ଉପବାସ ରହି ମୁସଲମାନ ଭାଇ ମାନେ ଏହି ବ୍ରତ ରଖିଥାନ୍ତି । କଟକ ଜିଲ୍ଲା ସାଲେପୁର ବ୍ଲକ୍  ଓଡାସିଂ ଗ୍ରାମରେ ଥିବା ମୁସଲମାନ ଭାଇ ମାନେ ଏଠାରେ ସବୁ ଭେଦଭାବ ଭୁଲି ହିନ୍ଦୁ ଭାଇ ମାନଙ୍କ ସହ ମିଶି ଏହି ବ୍ରତ ପାଳନ କରିଥାନ୍ତି ।

ସମସ୍ତେ ଏକାଠି ବସି  ଭୋଜନ କରିବ ସହ  ପରସ୍ପରକୁ ଆଲିଙ୍ଗନ କରି ଏକ ଭାଇଚାରାର ବାର୍ତା ଅନ୍ୟମାନଙ୍କୁ  ଏକ ପ୍ରେରଣା ଯୋଗାଉଛି। ଏହି ଗ୍ରାମରେ ଜାତି ଧର୍ମ ଓ ଦଳଗତ  ନିର୍ବିସେଶରେ ସମସ୍ତେ  ନିଜକୁ ଏକ ଗୋଟିଏ ପରିବାରର ସଦସ୍ୟ ବୋଲି  କୁହନ୍ତି । ତେବେ ଏହି ଗ୍ରାମର ଲୋକ ମାନଙ୍କ ଏଭଳି ଏକତାକୁ ନେଇ ପ୍ରଶଂସା କରିଛନ୍ତି ସାଲେପୁର ବିଧାୟକ ।