ଆଜି ଆସିବ ପିଏମ କିସାନ ଯୋଜନାର ୧୯ ତମ କିସ୍ତି ଟଙ୍କା ପାଇବେ ଚାଷୀ

ଦିଲ୍ଲୀ : ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଆସିବ ପିଏମ କିସାନ ଯୋଜନାର ୧୯ ତମ କିସ୍ତି ଟଙ୍କା । ବିହାରରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ । ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ଆସିବ ୨ ହଜାର ଲେଖାଏଁ ଟଙ୍କା । ପିଏମ ମୋଦି ଡିବିଟି ଜରିଆରେ ୯.୫ କୋଟି ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇବେ ।

ସୂଚନା ଅନୁଯାୟୀ, ଗରିବ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଭାରତ ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଚଲାଉଛନ୍ତି । କେନ୍ଦ୍ର ସରକାର ଦେଶର ଗରିବ ଚାଷୀଙ୍କ ଭବିଷ୍ୟତକୁ ଆର୍ଥିକ ସ୍ତରରେ ସୁରକ୍ଷିତ କରିବା ପାଇଁ ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ମଧ୍ୟ ଚାଲାଉଛନ୍ତି ।

ଏହି ଯୋଜନା ଅନୁଯାୟୀ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଚାଷୀମାନେ ୬୦ ବର୍ଷ ବୟସ ପରେ ପ୍ରତି ମାସରେ ୩,୦୦୦ ଟଙ୍କା ପେନସନ ପାଆନ୍ତି ।