ବିଶେଶ୍ୱର ବସ୍ତିରୁ ବିପୁଳ ପରିମାଣର ଗଞ୍ଜେଇ ଓ ଗଞ୍ଜେଇ ସିଗାରେଟ ଜବତ କଲା ଅବକାରୀ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ମାରାଥନ ରେଡ଼ । ଆପୋଲୋ ହସ୍ପିଟାଲ ନିକଟ ବିଶେଶ୍ୱର ବସ୍ତିରେ ଚଢ଼ାଉ । ଭୁବନେଶ୍ୱର ବିଶେଶ୍ୱର ବସ୍ତିରୁ ଆଜି ବିପୁଳ ପରିମାଣର ଗଞ୍ଜେଇ ଓ ଗଞ୍ଜେଇ ସିଗାରେଟ ଜବତ ହୋଇଥିବାବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୫ ହଜାର ଗଞ୍ଜେଇ ସିଗାରେଟ ଜବତ କଲା ଅବକାରୀ ବିଭାଗ ।୨୪ କିଲୋ ଗଞ୍ଜେଇ ମଧ୍ୟ ଜବତ କଲା ଅବକାରୀ ବିଭାଗ । ଗତ କିଛିଦିନ ଧରି ଗଞ୍ଜେଇ କାରବାର ନେଇ ଆସୁଥିଲା ଅଭିଯୋଗ । ବାସ୍ତବରେ କିଛିଦିନ ହେଲା ଏହି ବସ୍ତିକୁ ବହୁ ସଂଖ୍ୟାରେ କଲେଜ ଛାତ୍ର ଆସୁଥିବା ନେଇ ଅବକାରୀ ବିଭାଗ ପାଖରେ ସୂଚନା ପହଞ୍ଚିଥିଲା । ଏହାପରେ ଅବକାରୀ ବିଭାଗ ଏଥିପ୍ରତି ନଜର ରଖିଥିଲା। ବସ୍ତିରେ ଗଞ୍ଜେଇ ସିଗାରେଟ ମିଳୁଥିବାର ଜଣାପଡିବା ପରେ ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ମାରାଥନ ରେଡ଼ କରାଯାଇଥିଲା । ଖବର ମିଳିବା ପରେ ଆକ୍ସନ ମୋଡ଼ରେ ଅବକାରୀ ବିଭାଗ । ଜଣେ ଛାତ୍ର ଭାବେ ଅବକାରୀ ବିଭାଗର କର୍ମଚାରୀ ବସ୍ତିକୁ ଯାଇ ଗଞ୍ଜେଇ ବେପାରୀଙ୍କୁ ଗଞ୍ଜେଇ ମାଗିଥିଲେ । ଏହାପରେ ବେପାରୀ ଜଣକ ଗଞ୍ଜେଇ ସିଗାରେଟ ଦେବା ପରେ ଚଢ଼ାଉ କରାଯାଇଥିଲା । ଆଗକୁ ନିଶା ବେପାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ । ସୂଚନା ଦେଲେ ଅବକାରୀ ଥାନାଧିକାରୀ ବିକାଶ ନାୟକ ।