ପୁରୀ: ବଢିବାରେ ଲାଗିଛି ବନକଲାଗି ନିତୀ ବିବାଦ । ଆଜି ମଧ୍ୟ ମହାପ୍ରଭୁଙ୍କ ବନକ ଲାଗି ନିତୀ ହେବନାହିଁ ବୋଲି କୁହାଯାଉଛି । ଦତ୍ତ ସେବାୟତ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଶ୍ରୀମନ୍ଦିର କମାଣ୍ଡର ମନା କରିଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ବନକଲାଗି ନୀତି କରିବାକୁ ଶ୍ରୀ ମନ୍ଦିର ପ୍ରଶାସନ ଦତ୍ତମହାପାତ୍ର ସେବକଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମହାପ୍ରଭୁଙ୍କ ବନକଲାଗି ନିତୀ ହୋଇପାରି ନଥିଲା । ତେବେ ଆଜି ଦତ୍ତ ସେବାୟତ ମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ରାଜି ହେଉନାହିଁ । ବାମଦେବ ସଂହିତା ଏବଂ ରେକର୍ଡ ଅଫ ରାଇଟ୍ ଅନୁସାରେ ବୁଧବାର ବନକଲାଗି ପରଂପରା ରହିଛି । ଯାହାକୁ ଦତ୍ତମହାପାତ୍ର ସେବାୟତ ଅମାନ୍ୟ କରିଥିବା କୁହାଯାଉଛି ।