ଆଶାୟୀଙ୍କୁ ଚୂନ ଲଗାଇ ଫେରାର ମରିଥିବା କାଳିଆକୁ ଧରା ପକାଇଦେଲା କାର୍

ଚାକିରୀ ଆଶାୟୀଙ୍କୁ ଚୂନ ଲଗାଇ ଫେରାର ମରିଥିବା କାଳିଆକୁ ଧରା ପକାଇଦେଲା କାର୍ । ୪ ବର୍ଷ ଖୋଳତାଡ ପରେ ଶେଷରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ୍ୟ ପଞ୍ଝାରେ ପଡିଲା କାଳିଆ । ପୁଲିସ ଏସ୍ଆଇ ଚାକିରି କରାଇଦେବାକୁ କହି ଆଶାୟୀଙ୍କୁ ଚୁନ ଲାଗାଇଥିଲା କାଳନ୍ଦି ରାଉତ।। ନିଜକୁ ଗୃହ ବିଭାଗର ଅଧିକାରୀ କହି ଆଶାୟୀଙ୍କ ଠାରୁ ୧ କୋଟି ୪୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ୨୦୨୫ରେ ହୋଇଥିବା ଏସ୍ଆଇ ପରୀକ୍ଷା ବେଳେ ୩୮ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଠକିଥିଲା ଅଭିଯୁକ୍ତ । ୨୦୧୯ରେ ନିଯୁକ୍ତି ବେଳେ ଚାକିରି ନମିଳିବାରୁ ଇଓଡବ୍ଲୁରେ ଅଭିଯୋଗ କରିଥିଲେ ଠକେଇର ଶିକାର ହୋଇଥିବା ଆଶାୟୀ। ଓଡ଼ିଶାରେ ଠକେଇ କରି ପୁନେରେ ନାଁ ବଦଳାଇ ବୁଲୁଥିଲା। ସେଠାରେ ଜଣେ ମହିଳାଙ୍କ ଆକାଉଣ୍ଟ ବ୍ୟବହାର କରି ଠକେଇ ଟଙ୍କାରେ ଅୟସ କରୁଥିଲା । ଏବେ ପୁନେରୁ ଅଭିଯୁକ୍ତ ଚତୁର କାଳିଆକୁ ଉଠାଇଆଣିଛି କ୍ରାଇମ୍ବ୍ରାଞ୍ଚ ଇଓଡବ୍ଲୁ ଶାଖା । ପୂର୍ବରୁ ଏହି ମାମଲାରେ ନବରଙ୍ଗପୁରର ବୈକୁଷ୍ଠ ନାୟକ, ଭୁବନେଶ୍ବରର ଭିମସେନ୍ ମହାରଣା, ବାଲେଶ୍ବର ଜୟନ୍ତୀ ମହାନ୍ତିଙ୍କୁ ଗିରଫ କରିଥିଲା ଇଓଡବ୍ଲୁ। ଆଜି ଚତୁର କାଳିଆକୁ ଭୁବନେଶ୍ବର ଅଣାଯାଇଛି। କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀମାଇନା ପରେ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି। ପୂର୍ବରୁ ଏହି ମାମଲା କାଳିଆ ସହଯୋଗୀ ଭିମସେନ୍ ସହ ୩ଜଣ ଗିରଫ ହୋଇଥିଲେ।