(ସୌମ୍ୟରଞ୍ଜନ ବିଶ୍ୱାଳ)ରିପୋର୍ଟସଟୁଡେ: ଓଡିଆରେ ଗୋଟେ କଥା ଅଛି ଯେ କାଲି ଯିଏ ଗାଈ ଚରାଉଥିଲା ଆଜି ସେ ରାଜା । କହିବାର ତାତ୍ପର୍ଯ୍ୟ ହେଉଛି କି । କାଲି ଯିଏ ପଦେ ଇଂରେଜୀ କହିପାରୁ ନଥିଲା ଆଜି ସେ ବିଧାନ ସଭାର ବାଚସ୍ପତି । ୨୦୧୬ ମସିହାରେ ସମ୍ ହସ୍ପିଟାଲ ହୋଇଥିବା ଅଗ୍ନି କାଣ୍ଡ ଘଟଣାକୁ ନେଇ ଏକ ଘରୋଇ ଟିଭି ଚାନେଲ ଟାଇମସ୍ ନାଓରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଇଣ୍ଟରଭିୟୁ ନେଉଥିଲେ ଅରର୍ନବ ଗୋସ୍ୱାମୀ । ସେ ଦିନ ଅରର୍ନବ ଗୋସ୍ୱାମୀ ପ୍ରଶ୍ନର ଉତ୍ତର ଦେଇ ପାରୁନଥିଲେ ପାତ୍ର କାରଣ ଅରର୍ନବ ଇଂରେଜୀ ପ୍ରଶ୍ନ ପଚାରୁ ଥିଲେ । କିନ୍ତୁ ଆଜି ସେ ଓଡିଶା ବିଧାନ ସଭାର ବାଚସ୍ପତି । କିପରି ଚଳାଉଥିବେ ସେ ପବିତ୍ର ଗୃହକୁ ? କିପରି ଦେଉଥିବେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ? ବିଧାୟକଙ୍କ କଥା ଛାଡନ୍ତୁ ଖୋଦ ମୁଖ୍ୟମନ୍ତ୍ରୀଙ୍କ କଥା ବୁଝିପାରୁ ନଥିବେ ପାତ୍ର । ଏସବୁ କଥା ଚିନ୍ତା କଲେ ମନରେ ଭାବନା ଆସୁଛି କି କଣ ହେବ ଓଡିଶାର ଭାଗ୍ୟ । ଓଡିଶାରେ ବିଭିନ୍ନ ଟେଲିଭିଜିନ ଚ୍ୟାନେଲ ବା ସଭା ସମିତିରେ ଶ୍ରୀଯୁକ୍ତ ପାତ୍ର ଇଂରେଜୀ ଭାଷାରେ ନା ଭାଷଣ ଦିଅନ୍ତି ନା କିଛି କହନ୍ତି । କିନ୍ତୁ ମନ୍ତ୍ରୀ ହିସାବରେ ସେ ଦିଲ୍ଲୀ ଦରବାରରେ ଇଂରେଜୀ କହିବା ପାଇଁ ବାଧ୍ୟ ନିଶ୍ଚିତ ହୋଇଥିବେ । ଏହା କ’ଣ ତାଙ୍କ ଅଧିନସ୍ଥ କର୍ମଚାରୀ ମାନଙ୍କ ଦ୍ୱାରା ଲେଖାଯାଇଥିବା କାଗଜ ଗୁଡିକୁ କେବଳ ସେ ପଡନ୍ତି । ଦିଲ୍ଲୀ ଜାତୀୟ ଗଣମାଧ୍ୟମରେ ପ୍ରାୟ କେବେ ପାତ୍ରଙ୍କୁ ଦେଖାଯାଇନାହିଁ ବା ସେ କେବେ କୌଣସି ଚ୍ୟାନେଲକୁ କୌଣସି ପ୍ରକାର ମନ୍ତବ୍ୟ ଦେବା ପ୍ରାୟ ଦେଖାଯାଇନାହିଁ । କିନ୍ତୁ ସେ ରାଜନୀତିରେ ପଶିବା ପୂର୍ବରୁ ସେ ପେଶାରେ ଜଣେ ଓକିଲ ହୋଇଥିବାରୁ ସମସ୍ତେ ତାଙ୍କଠାରୁ ଇଂରେଜୀରେ ସାବଲିଳା ଢଙ୍ଗରେ ଇଂରେଜୀ କହିବା ଆଶା କରାଯାଏ ।