ମାଲକାନଗିରି: ଛତିଶଗଡ ସୀମାନ୍ତ ବିଜାରପୁର ଜିଲ୍ଲାର ଜଙ୍ଗଲରେ ଏନ୍କାଉଣ୍ଟର । ଏ ଘଟଣା ଘଟିଛି ମାଲକାନାଗିରିରେ । ପୋଲିସ ଗୁଳିରେ ନିହତ ହେଲେ ଦୁଇ ଜଣ ମହିଳା ମାଓବାଦୀ । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ଓ ଗୋଟିଏ ପିସ୍ତଲ ସହ ଭାରୀମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ସୂଚନା ଅନୁସାରେ, ବିଜାପୁର ଜିଲ୍ଲା ଦୁରଦା ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସ ଗୁୁଇନ୍ଦା ବିଭାଗରୁ ସୂଚନା ମିଳିଥିଲା ।
ଏହାକୁ ଆଧାର କରି ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ କୁମିଂ ଅପରେସନ ଆରମ୍ଭ କରାଯାଇଥିଲା । କୁମ୍ବିଂ ଅପରେସନ ଦେଖି ସୁରକ୍ଷା ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ ମାଓବାଦୀ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଏଥିରେ ୨ ଜଣ ମହିଳା ମସବାଦୀ ନିହତ ହୋଇଥିବା ଜଣାପଡିଛି । ଏନକାଉଣ୍ଟର ପରେ ମାଓବାଦୀ ଘଟଣାସ୍ଥଳ ଛାଡି ପଳାୟନ କରିଥିବା ଜଣାପଡିଛି । ସେଠାରେ ଜବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।