ଛତିଶଗଡ: ଛତିଶଗଡରେ ଏନକାଉଣ୍ଟର, ୮ ମାଓବାଦୀ ନିପାତ। ଛତିଶଗଡ ବିଜାପୁର ଜିଲ୍ଲା ଆବୁଝମା ଜଙ୍ଗଲରେ ଏନକାଉଣ୍ଟର। ଏହି ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଥିବାବେଳେ ୨ଜଣ ଆହତ ହୋଇଥିବା ସୂଚନା । ଏଥିସହ ସେନା ଗୁଳିରେ ୮ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି। ଏହି ମିଳିତ ଅପରେସନରେ ନାରାୟଣପୁର, କୋଣ୍ଡାଗାଓନ୍, କାନକର ଏବଂ ଦାନନ୍ତେୱାଡା ଜିଲ୍ଲାର DRG, STF ଏବଂ ITBP କର୍ମଚାରୀ ଅନ୍ତର୍ଭୁକ୍ତ ରହିଛନ୍ତି। ଗତ ଦୁଇ ଦିନ ହେବ ସେନା ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଥିବା ଜଣାପଡ଼ିଛି।