ଭୁବନେଶ୍ୱର: ବିଳମ୍ବରେ ଅଫିସ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି । ଏଣିକି ବିଳମ୍ବରେ ଆସିଲେ କର୍ମଚାରୀମାନଙ୍କର ଦରମା କଟିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ( ବିଏମସି) ଘୋଷଣା କରିଛି । ସକାଳ ୧୦ଟା ସୁଦ୍ଧା ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦.୩୦ ପରେ ଆସିଲେ ବିଳମ୍ବ ବୋଲି ଧରାଯିବ । ମାତ୍ର ପ୍ରତିଦିନ ନାନା ବାହାନା ଦେଖାଇ ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ କୌଣସି ବାହାନା ଆଉ ଚଳିବ ନାହିଁ । କାରଣ ବର୍ତ୍ତମାନ ଆକ୍ସନ ମୋଡକୁ ଆସିଛି ବିଏମସି । ସାସକରେ ୨ରୁ ଅଧିକ ଉପସ୍ଥାନ ପାଇଁ ଅଧାଦିନ ସିଏଲ କଟିବ ।୧୦ ଦିନରୁ ଅଧିକ ବିଳମ୍ବ ଉପସ୍ଥାନ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ସିଲ/ ଇଲ ନଥାଇ ୭ ଦିନ ବିଳମ୍ବରେ ଆସିଲେ , ଗୋଟିଏ ଦିନର ଦରମା କଟିବ । ଏହି ନିୟମ ବିଏମସିର ସମସ୍ତ କର୍ମଚାରିଙ୍କ ଉପାର ଲାଗୁ କରାଯିବ । ତେବେ ପୂର୍ବରୁ ଅନେକ କର୍ମଚାରୀ ଡ୍ୟୁଟିରେ ଖିଲାପ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଫଳରେ ସରକାରୀ କାମ ଠିକ ସମୟରେ ହୋଇପାରୁନଥିଲା ।