ଭୁୁବନେଶ୍ୱର; ବିଶିଷ୍ଟ ସାହିତ୍ୟିକ ରମାକାନ୍ତଙ୍କୁ ଦିଆଗଲା ରାଷ୍ଟ୍ରୀୟ ମର୍ଯ୍ୟାଦା । ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ । ବର୍ଷ ବୟସରେ ଗତକାଲି ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ପରଲୋକ ଘଟିଥିଲା । ଓଡ଼ିଆ ସାହିତ୍ୟର କାଳଜୟୀ ସ୍ରଷ୍ଟା ଥିଲେ ରମାକାନ୍ତ ରଥ । ତାଙ୍କ କବିତା ଓଡ଼ିଆ ସାହିତ୍ୟିକୁ ନୂଆ ମୋଡ଼ ଦେଇଛି । ତାଙ୍କ କବିତାରେ ଭରି ରହିଥାଏ ଅନେକ ଭାବ। ଶ୍ରୀରାଧା ତାଙ୍କର ଶ୍ରେଷ୍ଠ କବିତା ।
ଦରଦୀ ମଣିଷ ଥିଲେ ରମାକାନ୍ତ ରଥ। ଓଡ଼ିଆ କବିତାର ଅନ୍ୟତମ ଯୁଗ-ପ୍ରବର୍ତ୍ତକ ଆଜି ଚିର ନିଦ୍ରାରେ ଶୋଇଯାଇଛନ୍ତି । ତାଙ୍କ ବିୟୋଗରେ ସାରା ସାହିତ୍ୟ ଜଗତରେ ଖେଳିଯାଇଛି ଶୋକ ।

କବି ରମାକାନ୍ତ ରଥ କେନ୍ଦ୍ର ସାହିତ୍ୟ ଏକେଡେମୀ ପୁରସ୍କାର, ଶାରଳା ପୁରସ୍କାର, ସାହିତ୍ୟ ଭାରତୀ, ଅତିବଡ଼ି ଜଗନ୍ନାଥ, ବିଷୁବ ପୁରସ୍କାର, କବୀର ସମ୍ମାନ ପାଇଛନ୍ତି । କିନ୍ତୁ ସବୁଦିନ ପାଇଁ ପ୍ରତିଟି ପାଠକ ଓ ଲେଖକ ପାଖରେ ସେ ଚିରଦିନ ଅମର ହୋଇ ରହିବେ ।