ଏଲନ ମସ୍କଙ୍କ ମାଲିକାନାରେ ଥିବା ଷ୍ଟାରଲିଙ୍କ ଭାରତରେ ସାଟେଲାଇଟ୍ ଯୋଗାଯୋଗ ସେବା ପାଇଁ ଲାଇସେନ୍ସ ପାଇଥିବା ସୂଚନା ମିଳିଛି

0

ହାଇଦ୍ରାବାଦ-: ଏଲନ ମସ୍କଙ୍କ ମାଲିକାନାରେ ଥିବା ଷ୍ଟାରଲିଙ୍କ ଭାରତରେ ସାଟେଲାଇଟ୍ ଯୋଗାଯୋଗ ସେବା ପାଇଁ ଲାଇସେନ୍ସ ପାଇଥିବା ସୂଚନା ମିଳିଛି । ଟେଲିକମ୍ ବିଭାଗ ପକ୍ଷରୁ ଏହି ଲାଇସେନ୍ସ ପାଇବାରେ ଷ୍ଟାରଲିଙ୍କ ତୃତୀୟ କମ୍ପାନୀ ହୋଇଛି । ସୂଚନା ଅନୁଯାୟୀ, ଭାରତରେ ଏହି ସେବା ପ୍ରଦାନ କରିବା ପୂର୍ବରୁ ଆସନ୍ତା ୨୦ ଦିନ ମଧ୍ୟରେ ସେମାନଙ୍କୁ ଟ୍ରାଏଲ୍‌ ସ୍ପେକଟ୍ରମ୍ ଲାଗି ଅନୁମତି ଦିଆଯିବ ବୋଲି ଟେଲିକମ ବିଭାଗ ଅଧିକାରୀ କହିଛନ୍ତି ।

ଷ୍ଟାରଲିଙ୍କ୍ ଖୁବଶୀଘ୍ର ଭାରତରେ ଏହାର ସେବା ଆରମ୍ଭ କରିବା ନେଇ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଘୋଷଣା କରିବାର ଗୋଟିଏ ଦିନ ପରେ ଏହି ଖବର ସାମ୍ନାକୁ ଆସିଛି । ଏହି ନୂତନ ପ୍ରଯୁକ୍ତିବିଦ୍ୟା ଦ୍ବାରା ଭାରତରେ ଲୋକମାନେ କିପରି ପରସ୍ପର ସହିତ ଯୋଡ଼ି ହୋଇପାରିବେ ତାହାର ବିଭିନ୍ନ ଉପାୟରେ ସେ ଆଲୋକପାତ କରିଥିଲେ ।

ଭାରତରେ ଏହି ଗୁରୁତ୍ବପୂର୍ଣ୍ଣ ଟେଲିକମ୍ ଲାଇସେନ୍ସ ପାଇବା ଦିଗରେ ଷ୍ଟାରଲିଙ୍କ୍ ଏବେ ୱାନ୍‌ୱେବ୍ ଏବଂ ରିଲାଏନ୍ସ ଜିଓ ପରେ ତୃତୀୟ କମ୍ପାନୀ ହୋଇପାରିଛି । ଏହି କମ୍ପାନୀ ପୂର୍ବରୁ ସରକାରଙ୍କ ଟେଲିକମ୍ ବିଭାଗରୁ ଏକ ଲେଟର ଅଫ୍ ଇଣ୍ଟେଣ୍ଟ ପାଇସାରିଛି ।