ବାହୁଡ଼ିଲେ ଝାଡ଼ଖଣ୍ଡି ହାତୀପଲ, ବୈତରଣୀ ନଦୀ ପାର ହୋଇ ପଶିଲେ

ବାହୁଡ଼ିଲେ ଝାଡ଼ଖଣ୍ଡି ହାତୀପଲ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନାଞ୍ଚଳକୁ ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଫେରିଛନ୍ତି ୧୮ ଟିକିଆ ଝାଡ଼ଖଣ୍ଡି ହାତୀପଲ। ଗତକାଲି ବିଳମ୍ବିତ ରାତିରେ ପଡୋଶୀ କେନ୍ଦୁଝର ଜିଲ୍ଲା ପଟୁ ବୈତରଣୀ ନଦୀ ପାର

(ମୟୁରଭଞ୍ଜ) : ବାହୁଡ଼ିଲେ ଝାଡ଼ଖଣ୍ଡି ହାତୀପଲ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନାଞ୍ଚଳକୁ ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଫେରିଛନ୍ତି ୧୮ ଟିକିଆ ଝାଡ଼ଖଣ୍ଡି ହାତୀପଲ। ଗତକାଲି ବିଳମ୍ବିତ ରାତିରେ ପଡୋଶୀ କେନ୍ଦୁଝର ଜିଲ୍ଲା ପଟୁ ବୈତରଣୀ ନଦୀ ପାର ହୋଇ ଏହି ହାତୀପଲ ପ୍ରଥମେ ଆଦିପୁର, ସିଲିମାପୋଶି, ପନିଷି ଗାଁ ଦେଇ ପାର୍ବତୀପୁର ଗାଁରେ ପହଞ୍ଚିଥିଲେ । ଗାଁ ନିକଟରେ ଥିବା ଜଙ୍ଗଲ ଏବଂ ଏକ ଆମ୍ବତୋଟାରେ ଏବେ ହାତୀପଲ ଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନାନୁଯାୟୀ , ଦୀର୍ଘ ଦୁଇମାସର ଵ୍ୟବଧାନ ପରେ ପୁଣି ହାତୀପଲ ଫେରିଥିବାରୁ କରଞ୍ଜିଆ ଉପଖଣ୍ଡର ଜନସାଧାରଣଙ୍କ ଚିନ୍ତା ବଢି ଯାଇଛି । ତେବେ ଗତକାଲି ବିଳମ୍ବିତ ରାତିରେ ଶୁକୃଳି ବ୍ଲକର ଖଣ୍ଡିଆଦର ଗାଁରେ ଧାନ ତୋଳି, ହରଡ଼ ଓ ମକା ଫସଲ ନଷ୍ଟ କରିବା ସହିତ ଖାଇ ଦେଇଛନ୍ତି। ହାତୀ ଯେଉଁ ସ୍ଥାନରେ ରହୁଛନ୍ତି ହାତୀର ସୁରକ୍ଷା ପାଇଁ ତା ଆଖ ପାଖ ଅଞ୍ଚଳରେ ବିଜୁଳି କାଟ କରାଯାଉଛି ।