ବଢୁଛି ହାତୀ ଉପଦ୍ରଵ : ନୀଳଗିରିରେ ଝାଡ଼ଖଣ୍ଡୀ ଆତଙ୍କ

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ

(ବାଲେଶ୍ଵର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ଏହି କ୍ରମରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଝାଡ଼ଖଣ୍ଡୀ ଦନ୍ତା ଆତଙ୍କ। ଗୁରୁବାର ରାତିରେ ମୟୂରଭଞ୍ଜ ଜିଲ୍ଲାରୁ ଏକ ଝାଡ଼ଖଣ୍ଡୀ ପାଇଲଟ ଦନ୍ତା ହାତୀ ଆସି ଅଯୋଧ୍ୟା ଅଞ୍ଚଳକୁ ପଶି ଆସିଛି। ହାତିଟି ବିଭିନ୍ନ ଅଞ୍ଚଳରେ ପଶି ଉପଦ୍ରବ କରିଥିବା ସୂଚନା ମିଳିଛି।

ତେବେ ଏହି ହାତୀଟି ଆସିବା ପରେ ଶତାଧିକ ହାତୀପଲ ଏହି ଅଞ୍ଚଳକୁ ଆସିବା ନେଇ ଅନୁମାନ କରାଯାଉଛି। ସେପଟେ ହାତୀଟିକୁ ଜନବସତିରୁ ଘଉଡ଼ାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଅନ୍ୟପଟେ , ମୟୁରଭଞ୍ଜ ସାରସକୋଣା ବ୍ଲକ ଦିଗାରୀଶୋଳ ଗ୍ରାମରେ ହାତୀ ଆକ୍ରମଣ ରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ହାତୀପଲ ବ୍ୟାପକ ଫସଲ ନଷ୍ଟ କରିବା ସହ ବହୁ ଘର ଭାଙ୍ଗି ନଷ୍ଟ କରି ଦେଇଛନ୍ତି। ଘଟଣା ସ୍ଥଳରେ ବନ ବିଭାଗର କର୍ମଚାରୀ ପହଂଚି ତଦନ୍ତ କରୁଛନ୍ତି। ଦୀର୍ଘ ୪ଦିନ ହେଲାଣି ସାରସକୋଣା ବ୍ଲକ ରେ ୫୦ରୁ ଉର୍ଦ୍ଧ୍ବ ହାତୀପଲ ଉତ୍ପାତ ଜାରି ରଖିଥିବାବେଳେ ୨ ଦିନ ପୂର୍ବରୁ ବିଳମ୍ବିତ ରାତିରେ ହାତୀପଲ ୨ଜଣଙ୍କୁ ଦଳି ମାରିଦେଇଛନ୍ତି। ଘରେ ଶୋଇଥିବା ବେଳ ୫୫ବର୍ଷୀୟ ବୃଦ୍ଧା ଫୁଲମଣି ମୁଣ୍ଡା ଙ୍କ ଉପରେ କାନ୍ଥ ପକାଇ ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବୃଦ୍ଧା ଫୁଲମଣି ମୁଣ୍ଡା ଓ ବୁଦ୍ଧିଆ ମୁଣ୍ଡା।