ଟାଙ୍ଗି/ରାକେଶ ଜଗଦେବ : ଦ୍ରୁତ ଶିଳ୍ପାୟନ ସହ ସହରୀ କରଣ ଯୋଗୁଁ ରାଜ୍ୟରେ ଜଙ୍ଗଲ ସମ୍ପଦ ହ୍ରାସ ପାଇବାରେ ଲାଗିଛି | ଫଳରେ ବନ୍ୟ ଜନ୍ତୁମାନେ ଏବେ ଗାଁ ମୁହାଁ ହେବାରେ ଲାଗିଛନ୍ତି | ଯେଉଁଥିପାଇଁ ମଣିଷ ସହ ବନ୍ୟ ଜନ୍ତୁମାନେ ମୁହାଁମୁହିଁ ହେଉଛନ୍ତି | ଫଳରେ କେତେବେଳେ ମଣିଷ ମୃତ୍ୟ ମୁଖରେ ପଡୁଛି ତ କେତେବେଳେ ବନ୍ୟ ଜନ୍ତୁଙ୍କର ଯାଉଛି ଜୀବନ | ଆଜି ସେହିଭଳି ଏକ ଦୃଶ୍ୟ ଦେଖିବାକୁ ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଞ୍ଜ ଡ଼ମଣ ଭୂମି ଗ୍ରାମରେ | ଘଞ୍ଚ ଜଙ୍ଗଲ ପରିଵର୍ତ୍ତେ ଡ଼ମଣ ଭୂମି ଗାଁ ନିକଟ ଜଙ୍ଗଲରେ ଗୋଟିଏ ଦନ୍ତା ହାତୀ ମୃତ୍ଯୁ ବରଣ କରିଥିବା ଦେଖିବାକୁ ମିଳିଛି |
ମୃତ ହାତୀର ବୟସ 20 ରୁ 25 ବର୍ଷ ହେଵ ବୋଲି ଜଣା ପଡିଛି | ମୃତ ହାତୀର ଦାନ୍ତ ଦୁଇଟି ଅକ୍ଷତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି | ହାତୀ ମୃତ୍ୟୁର କାରଣ ଜଣା ପଡିନାହିଁ | ଖବର ପାଇ ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଫିସର ଦେବାଶିଷ ଭୋଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି | ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ |